ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ; ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନର ମିଳିତ ବୈଠକ
1/11/2018 at 9:45 AM

କଟକ ୧|୧୧: ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ୨ ମାସ ପୁରିଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇପାରିନି । ତେବେ ଆନ୍ଦୋଳନର ପରବର୍ତ୍ତି ରୂପରେଖ କଣ ହେବ ସେ ନେଇ ଆଜି ରାଜ୍ୟର ସମସ୍ତ ବାର ଆସୋସିଏସନ ଗୁଡିକର ମିଳିତ ବୈଠକ ବସିବ । ବୈଠକ ପରେ ଆନ୍ଦୋଳନର ପରବର୍ତ୍ତୀ ରୂପରେଖ କଣ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ହାଇକୋର୍ଟ ବାର ଆସୋସିଏସନର ସମ୍ପାଦକ । ସେପଟେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ମାରିବା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଗତକାଲି ତଦନ୍ତର ଅଗ୍ରଗତି ନେଇ ଜଷ୍ଟିସ ସି.ଆର. ଦାଶଙ୍କୁ ଅବଗତ କରାଇଛନ୍ତି ।
Related Posts
ବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023