ଜୋର ଧରିଲା ଜୟପୁରରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓକିଲ ସଂଘର ଧାରଣା
9/10/2018 at 11:11 AM

କୋରାପୁଟ ୯|୧୦: ପୁଣି ଜୋର ଧରିଲା ଜୟପୁରରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି। ଦୀର୍ଘ ବର୍ଷ ହେବ ଏହି ଦାବି ହୋଇଆସୁଥିବା ବେଳେ ଜୟପୁରରେ ଓକିଲ ମାନେ ପ୍ରତିକାତ୍ମକ ଭାବେ ପ୍ରତି ମାସର ଶେଷ ୨ ଦିନ କୋର୍ଟ ବର୍ଜନ କରି ଆସୁଛନ୍ତି । ତଥାପି ସେମାନଙ୍କ ଦାବି ପୂରଣ ହେଉନଥିବାରୁ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ଓକିଲ ସଂଘ । ଏନେଇ ଆଜିଠାରୁ ଜୟପୁରରେ ଓକିଲ ମାନଙ୍କ ତରଫରୁ ଆରମ୍ଭ ହୋଇଛି ୪ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ। ଜୟପୁରର ସମସ୍ତ ଓକିଲ ଆଜି ଏକତ୍ରିତ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଦାବି ତୁରନ୍ତ ପୂରଣ ନହେଲେ ଆଗକୁ ଦୋକାନ ବଜାର ବନ୍ଦ କରିଯିବା ସହ ବଡ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023