ଆଇନଜୀବୀ - ପୋଲିସ ବିବାଦ : ଘେରାଉ ହେବ ନବୀନ ନିବାସ

Published By : Prameya-News7 Bureau | September 24, 2018 IST

କଟକରେ ଆଇନଜୀବୀ – ପୋଲିସ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି । ଦାବି ପୂରଣ ଲାଗି ଆସନ୍ତା କାଲିଠୁ କଟକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିବାଲାଗି ଯୋଜନା କରିଛନ୍ତି ଆଇନଜୀବୀ । ଏଥି ସହ ଆସନ୍ତା ବୁଧବାର ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଲାଗି କଟକର ବିଭିନ୍ନ ଆଇନଜୀବୀ ସଂଘ ତରଫରୁ ନିଷ୍ପତ୍ତି ହୋଇଛି । ଯଦି ବୁଧବାର ସୁଦ୍ଧା ସମସ୍ତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଯାଏ, ତାହାଲେ ଗୁରୁବାର ଦିନ ସାରା ରାଜ୍ୟର ଆଇନଜୀବୀମାନେ ନବୀନ ନିବାସ ଘେରାଉ କରିବେ ବୋଲି କହିଛି ହାଇକୋର୍ଟ ବାର ଆସୋସିଏସନ । ଗଲା ଅଗଷ୍ଟ ୨୯ରେ କଟକର ଜଣେ ଆଇନଜୀବୀଙ୍କୁ ବିଚ୍‌ ରାସ୍ତାରେ ପୁଲିସର ମାଡ ପ୍ରତିବାଦରେ  ୩୦ରୁ କଟକର ସମସ୍ତ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଘଟଣାକୁ ନେଇ ହାଇକୋର୍ଟରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି ଆସନ୍ତା ବୁଧବାର ହେବାର ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.