ଦୀର୍ଘ ୨ ମାସର ଅଚଳାବସ୍ଥା ପରେ ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେବେ ୩୦ ହଜାର ଓକିଲ; କାଲିଠାରୁ ଜେଲରେ କ୍ୟାମ୍ପ କୋର୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

Published By : Prameya-News7 Bureau | October 28, 2018 IST

ଭୁବନେଶ୍ୱର ୨୮/୧୦ : ରାଜ୍ୟରେ ୨ ମାସର ଧରି ଏକ ପ୍ରକାରର ନ୍ୟାୟିକ ଅଚଳାବସ୍ଥା ଦେଖାଦେଇଥିବା ବେଳେ ଆସନ୍ତାକାଲି ଦେଖାଦେଇଛି କିଛି ଆଶାର ଝଲକ । କାଲିଠାରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇପାରେ । ଆଇନଜୀବୀମାନଙ୍କର ଗୋଟିଏ ବଡ଼ ଗୋଷ୍ଠୀ ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗ ଦେବା ଲାଗି ଘୋଷଣା କରିଥିବା ବେଳେ ସେପଟେ କିନ୍ତୁ ଅନ୍ୟଗୋଷ୍ଠୀ ଆନ୍ଦୋଳନ ଜାରି ରହିଥିବା କହିଛି । ଏହା ଭିତରେ ଭିତିରିଆ ରାଜନୀତିଟା କଣ ତା ଧିରେ ଧିରେ ସାମ୍ନାକୁ ଆସିଲାଣି। …. ୩୦ ହଜାର ଓକିଲ କାଲି କାର୍ଯ୍ୟରେ ଯୋଗ ଦେବେ । ରାଜ୍ୟ ସାରା ଓକିଲଙ୍କ ଆନ୍ଦୋଳନ ୨ ମାସ ଧରି ଚାଲିଥିବା ବେଳେ ଏଥିରେ ଆସିଛି ନୂଆ ଟ୍ବିଷ୍ଟ । ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ ଥିବା ପ୍ରାୟ ୩୦ ହଜାର ଓକିଲ କାଲି ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବା ଲାଗି ଏଲାନ କରିଛି । ଓକିଲଙ୍କ ଆନ୍ଦୋଳନ ଯୋଗୁ ଜୁନିୟର ଓକିଲମାନଙ୍କର ପ୍ରଭୂତ କ୍ଷତି ହେଉଛି । ଓକିଲଙ୍କ ଆନ୍ଦୋଳନ ଭିତରେ ରାଜନୀତିର ଗୋଟି ଚାଲୁଥିବା କହିଛି ବିଜେଡି ଲିଗାଲ ଫ୍ରଣ୍ଟ ଫ୍ରଣ୍ଟ । ତେଣୁ ଆସନ୍ତାକାଲିଠାରୁ ବିଜେଡି ଲିଗାଲ ଫ୍ରଣ୍ଟ କାର୍ଯ୍ୟରେ ଯୋଗ ଦେବ । ତେବେ ଆନ୍ଦୋଳନ ଜାରି ରଖିବା ଲାଗି ନିଷ୍ପତ୍ତି ନେଇଥିବା ଅନ୍ୟ ଗୋଷ୍ଠୀ କିନ୍ତୁ ଏହାକୁ ଜାରି ରଖିବା ସପକ୍ଷରେ ରହିଛି । ରାଜ୍ୟର ୧୨୦ଟି ବାର ଆସେ।ସିଏସନ ଏହି ଆନ୍ଦେ।ଳନ ସହ ନିରବଚ୍ଛିନ ଭାବରେ ରହି ଆସିଛନ୍ତି ବୋଲି ଏହାର ସଂପାଦକ କହିଛନ୍ତି। ସେପଟେ କାଲିଠାରୁ ଜେଲ ଗୁଡ଼ିକରେ କୋର୍ଟ କାର୍ଯ୍ୟ ଚାଲିବ । ଜେଲରେ କ୍ୟାମ୍ପ କୋର୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି । ଜେଲରେ କଏଦୀଙ୍କ ସଂଖ୍ୟା ବଢ଼ୁଥିବାରୁ ସବୁ ଜେଲରେ କ୍ୟାମ୍ପକୋର୍ଟ ଖୋଲିବାକୁ ଜିଲ୍ଲା ଜଜ୍ ମାନଙ୍କୁ ନିର୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । କ୍ୟାମ୍ପ୍ କୋର୍ଟରେ କେବଳ ଜାମିନ ଆବେଦନର ଶୁଣାଣି ହେବ । ଜାମିନ ଆବେଦନ ଉପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ । ତେବେ ଏହା କଣ ସତ ଯେ ରାଜନୈତିକ କାରଣ ପାଇଁ ରାଜ୍ୟରେ ନ୍ୟାୟିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଓକିଲମାନେ ଚଳାଇଥିବା ଆନ୍ଦୋଳନ ପଛରେ ରାଜନୈତିକ ଗୋଟି ଚାଳନା କାମ କରୁଛି। ଏନେଇ ପରସ୍ପର ଉପରେ ଆକ୍ଷେପ ଜୋର ଧରିଲାଣି। ଗୋଟିଏ ପଟେ ବିଜେଡି ବିଜେପିକୁ ଦାୟୀ କରୁଛି ତ ଅନ୍ୟପଟେ ବିଜେପି ଦାୟୀ କରୁଛି ବିଜେଡିକୁ। ଏହା ଭିତରେ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି ହାଇକେ।ର୍ଟ ବାରର ଉପସଭାପତି । ରାଜ୍ୟରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ହେବା ନେଇ ସମସ୍ତେ କହୁଛନ୍ତି କିନ୍ତୁ କେହି ଏଯାଏଁ ଏନେଇ ସକାରାତ୍ମକ ପଦକ୍ଷେପ ନେଇନଥିବାରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇପାରିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.