କୋର୍ଟ ପରିସରକୁ ଜିନ୍ସ ପିନ୍ଧି ଆସିଥିଲେ ମହିଳା ପୋଲିସ୍: ଆପତ୍ତି ଉଠାଇଲେ ଆଇନଜୀବୀ, ଜାଣନ୍ତୁ କ’ଣ କହିଲେ କୋର୍ଟ
9/12/2022 at 3:36 PM

ମୁମ୍ବାଇ, ୯/୧୨: କୌଣସି ବି ମାମଲାକୁ ନେଇ କୋର୍ଟକୁ ଆସୁଥିବା ପୋଲିସ ପିନ୍ଧିବେ ପୋଲିସ୍ ୟୁନିଫର୍ମ। ବୁଧବାର ଏଭଳି ଏକ ଆଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଜଷ୍ଟିସ୍ ଏଏସ ଗଢ଼କରୀ ଏବଂ ପିଡି ନାଏକଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ପ୍ରକୃତରେ ବମ୍ବେ ହାଇକୋର୍ଟରେ ଏକ ଶୁଣାଣି ସମୟରେ ଆଡଭୋକେଟ୍ ସୁବାଷ ଝା ଆପତ୍ତି ଉଠାଇବା ସହ କହିଥିଲେ ଯେ ପୋଲିସ୍ କୋର୍ଟ ନିୟମକୁ ମାନୁନାହାନ୍ତି ଏବଂ କୋର୍ଟକୁ ସର୍ଟ୍ସ ଜିନ୍ସ ପିନ୍ଧି ଆସୁଛନ୍ତି। ଏହି ପ୍ରସଙ୍ଗରେ ଜଷ୍ଟିସ୍ ଗଡ଼କରି କହିଥିଲେ ଯେ ସବୁ ପୋଲିସଙ୍କୁ ୟୁନିଫର୍ମ ପିନ୍ଧିବା ଉଚିତ୍। ଜଷ୍ଟିସ୍ ମଧ୍ୟ କହିଥିଲେ ଯେ, ସେ ମଧ୍ୟ ଥରେ ଜଣେ ଅଫିସରଙ୍କୁ ୟୁନିଫର୍ମ ନପିନ୍ଧିବା କାରଣରୁ ଫାଇନ୍ କରିଥିଲେ।
ଏହା ପରେ ସରକାରୀ ଓକିଲ ସଙ୍ଗିତା ସିନ୍ଦେ କହିଥିଲେ ଯେ ଝା ଅଭିଯୋଗ କରୁଥିବା ପୋଲିସ ଅଫିସର ଇଓଡବ୍ଲୁର ଅଧିକାରୀ ଏବଂ ତାଙ୍କ ଉପରେ ୟୁନିଫର୍ମ ବାଧ୍ୟତାମୂଳକ ନୁହେଁ। ତେଣୁ ତାଙ୍କୁ ଫାଇନ୍ ଲଗାଯାଇପାରିବନାହିଁ। ସେହି ସମୟରେ ଉକ୍ତ ପୋଲିସ ଅଫିସର ଜଣକ ସିନ୍ଦେଙ୍କ ନିକଟରେ ଥଲେ ଏବଂ କୁର୍ତ୍ତା ପିନ୍ଧିଥିଲେ।
ଘଟଣା ପରେ ଝା କହିଛନ୍ତି ଅନେକ ସମୟରେ ଆଇନଜୀବୀଙ୍କ ପାଇଁ ଡ୍ରେସକୋଡ୍ ଖାସ୍କରି ମହିଳା ଆଇନଜୀବୀ ଯେଉଁମାନେ ଠିକ୍ ଭାବରେ କୋର୍ଟ ୟୁନିଫର୍ମ ପିନ୍ଧିବା ନେଇ ଆପତ୍ତି ଉଠାଇଛନ୍ତି। ଏନେଇ ସେ ବାର୍ କାଉନସିଲ ଏବଂ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ସେ କହିଥିଲେ ଏହି ପୋଲିସ ଅଧିକାରୀମାନେ ଭାବୁଛନ୍ତି ସେମାନେ ପିକ୍ନିକ୍ କରିବା ଆସୁଛନ୍ତି ।