ଜୋର ଧରିଲା ଜୟପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି
19/08/2018 at 9:34 AM

ଜୟପୁର ୧୯/୮ : ପୁଣି ଜୋର ଧରିଲା ଜୟପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ଦୀର୍ଘ ବର୍ଷ ହେବ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ହୋଇ ଆସୁଥିବାବେଳେ ଓକିଲମାନେ ପ୍ରତି ମାସର ଶେଷ ୨ ଦିନ କୋର୍ଟ ବର୍ଜନ କରିଆସୁଛନ୍ତି । ତଥାପି ଦାବି ପୂରଣ ହେଉନଥିବାରୁ ଆଗକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି ଜୟପୁର ବାର ଆସୋସିଏସନ । ଏ ନେଇ ଆଜି ଜୟପୁରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ବାର ଆସୋସିଏସନର ଓକିଲମାନେ ଏକତ୍ରିତ ହୋଇ ରଣନୀତି ପ୍ରସ୍ତୁତ କରିବେ ।