ଜଟଣୀ ଆଇଆଇସିଙ୍କୁ କୋର୍ଟରେ ହାଜରବେଳେ ଘେରିଗଲେ ଓକିଲ, କଲେ ଟଣା ଓଟରା

Published By : Prameya-News7 Bureau | September 04, 2018 IST

ଭୁବନେଶ୍ବର ୪|୯: ଗତକାଲି ଲାଂଚନେଇ ଧରାପଡିଥିବା ଜଟଣୀ ଆଇ.ଆଇ.ସି ସଂଜୀବ ମହାନ୍ତିଙ୍କୁ ଆଜି କୋର୍ଟରେ ହାଜର କରାଯିବା ସମୟରେ କୋର୍ଟ ପରିସରରେ ସେ ଆକ୍ରମଣର ଶିକାର ହୋଇଥିଲେ। ଆଉ ତାଙ୍କୁ କିଛି ଓକିଲ ଘେରିଯାଇଥିଲେ। କଟକରେ ଓକିଲ-ପୋଲିସ ଗଣ୍ଡଗୋଳର ପ୍ରଭାବ ନା ଦୁର୍ନୀତିକୁ ବିରୋଧ ଯୋଗୁଁ ଏପରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଜଣେ ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କୁ ଓକିଲ ସାହାଯ୍ୟ ନଦେବାକୁ ଏଲାନ କରାଯାଇଥିବା ଓକିଲମାନେ କହିଛନ୍ତି । ଗତକାଲି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଥିଲେ ଆଇଆଇସି ସଂଜୀବ ମହାନ୍ତି । କିନ୍ତୁ କୋର୍ଟ ପରିସରରେ ତାଙ୍କୁ କିଛି ଲୋକ ଠେଲାପେଲା କରିଥିବା ବେଳେ ଓକିଲଙ୍କ ଆକ୍ରୋଶର ମଧ୍ୟ ଶିକାର ହୋଇଥିଲେ ସଂଜୀବ ମହାନ୍ତି । ସେପଟେ ଲାଞ୍ଚୁଆ ପୋଲିସ କର୍ମଚାରୀଙ୍କୁ ସତର୍କ କରିଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଏଣିକି ପୋଲିସର ଇମେଜକୁ ଆଞ୍ଚ ଆଣୁଥିବା ଖାକି ବାବୁଙ୍କୁ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ପୋଲିସ କମିଶନର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.