ବିଚାରପତିଙ୍କୁ କୋର୍ଟକୁ ଯିବାକୁ ଦେଲେନି ଆଇନ୍ଜୀବି; ଓକିଲ ଓ ପୋଲିସ ଧସ୍ତାଧସ୍ତି
13/12/2022 at 8:41 PM

ନୀଳଗିରି ୧୩/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଦାଲତ ଆଗରେ ଓକିଲ ଓ ପୋଲିସ ଧସ୍ତାଧସ୍ତି। ଓକିଲ ସଂଘ ପକ୍ଷରୁ ଆଇନ୍ଜୀବିମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଅଦାଲତ ବର୍ଜନ କରିଛନ୍ତି। ଓକିଲମାନେ ଆନ୍ଦୋଳନ କିମ୍ବା କୋର୍ଟ ବର୍ଜନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଏହି ଆଦେଶକୁ ପ୍ରତ୍ୟାହାର ଦାବିରେ ଓକିଲମାନେ ଆନ୍ଦୋଳନ କରିଛନ୍ତି।

କେନ୍ଦ୍ର ଓ ରାଜ୍ୟ ବାର ଆସୋସିଏସନର ଓକିଲ ମାରଣନୀତି ବିରୋଧରେ ଓକିଲ ସଂଘ ତଥା ନୀଳଗିରି ବାର ଆସୋସିଏସନ ପକ୍ଷରୁ ଆଇନ୍ଜୀବୀମାନେ ସ୍ଲୋଗାନ ଦେଇ କୋର୍ଟ ଫାଟକ ବନ୍ଦ କରିଥିଲେ। ବିଚାରପତି ଅଦାଲତକୁ ଯିବାବେଳେ ସେମାନେ ପ୍ରତିବାଦ କରିଥିଲେ। ପରେ ବିଚାରପତି ପୋଲିସ ବାହିନୀ ନେଇ ଭିତରକୁ ଯିବାରୁ ଓକିଲମାନେ ବିରୋଧ କରିଥିଲେ। ଫଳରେ ପୋଲିସ ଏବଂ ଓକିଲମାନେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023