ଘର ଭିତରୁ ବରିଷ୍ଠ ଆଇନଜୀବୀ ଓ ତାଙ୍କ ଚାକରାଣୀଙ୍କ ମୃତଦେହ ଉଦ୍ଧାର, ସମ୍ପତ୍ତି ବିବାଦରୁ ହତ୍ୟା ସନ୍ଦେହ

Published By : Prameya-News7 Bureau | March 07, 2020 IST

ଭାଗଲପୁର ୭।୩ : ବିହାର ଭାଗଲପୁରରେ ଜଣେ ବରିଷ୍ଠ ଓକିଲ କାମେଶ୍ବର ପାଣ୍ଡେଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଅଭିଯୁକ୍ତମାନେ ଓକିଲଙ୍କ ଘରେ କାମ କରୁଥିବା ଚାକରାଣୀକୁ ମଧ୍ୟ ହତ୍ୟା କରିଛନ୍ତି । କାମେଶ୍ବର ପାଣ୍ଡେ ବିହାର ବାର କାଉନସିଲର ଉପାଧ୍ୟକ୍ଷ ମଧ୍ୟ ଥିଲେ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳ ପ୍ରାୟ ୧୦ଟା ୩୦ମିନିଟ୍ ରେ ଏହି ହତ୍ୟାକାଣ୍ଡ ଘଟଛି । ତିଲକାମାଞ୍ଝୀ ଥାନୀ ଅନ୍ତର୍ଗତ ନବାବ ବାଗ କଲୋନୀରେ ରହୁଥିବା ଓକିଲ କାମେଶ୍ବର ପାଣ୍ଡେଙ୍କ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଓକିଲ କାମେଶ୍ବର ପାଣ୍ଡେଙ୍କ ଅଭିଯୁକ୍ତମାନେ ଗୁରୁବାର ରାତିରେ ତକିଆରେ ମୁହଁକୁ ଚାପି ହତ୍ୟା କରିଛନ୍ତି ।

ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଅପରାଧୀମାନେ ତାଙ୍କ ଘରେ କାମ କରୁଥିବା ଚାକରାଣୀ ରେନୁ ଦେବୀଙ୍କୁ ମଧ୍ୟ ହତ୍ୟା କରିଥିଲେ। ତଦନ୍ତ ବେଳେ ଜଣାପଡିଛି ​​ଯେ କାମେଶ୍ବର ପାଣ୍ଡେ ଅବିବାହିତ ଥିଲେ । ସେ ଘର କାମ କରିବା ପାଇଁ ଜଣେ ଚାକରାଣୀଙ୍କୁ ନିଯୁକ୍ତି ଦେଇଥିଲେ। ଏହି ହତ୍ୟା ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଭାଗଲପୁର ଡିଜି ସୁଜିତ କୁମାର ଏବଂ ପୋଲିସ ଅଧୀକ୍ଷକ ଆଶିଷ ଭାରତୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଫରେନସିକ୍ ଟିମ୍ ମଧ୍ୟ ଓକିଲଙ୍କ ଘରେ ପହଞ୍ଚି ସେଠାରୁ ସାମ୍ପୁଲ ସଂଗ୍ରହ କରିଥିଲେ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ତାଙ୍କୁ ବ୍ୟକ୍ତିଗତ ଶତ୍ରୁତା କିମ୍ବା ସମ୍ପତ୍ତି ବିବାଦରେ ହତ୍ୟା କରାଯାଇଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏହି ଅଞ୍ଚଳରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି । ଫଳରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇପାରିବ।

ଏହି ହତ୍ୟା ଘଟଣା ପରେ ଜିଲ୍ଲାର ଓକିଲମାନେ ଶୁକ୍ରବାର ଦିନ ବୈଠକ କରିବା ପରେ ଧର୍ମଘଟ କରିଥିଲେ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ସେମାନେ ଦାବି କରିଥିଲେ । ଯଦି ଦୋଷୀମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ସେମାନେ ଧର୍ମଘଟକୁ ଆହୁରି ତୀବ୍ର କରିବେ ବୋଲି ଚେତାବୀନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.