ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଦବଙ୍ଗ ଖାନ୍‌ଙ୍କ ଉପରେ କାହିଁକି କ୍ଷ୍ୟୁବ୍ଧ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ? କହିଲା, ସଲମାନ କ୍ଷମା ମାଗନ୍ତୁ ନ ହେଲେ ପରିଣାମ…

15/03/2023 at 8:05 PM

ନୂଆଦିଲ୍ଲୀ: ପୁଣିଥରେ ସଲମାନ ଖାନଙ୍କୁ ଧମକ ଦେଲେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ସଲମାନ କ୍ଷମା ମାଗନ୍ତୁ ନହେଲେ ସୁଯୋଗ ମିଳିଲେ ହରିଣ ଶିକାର କଲା ଭଳି ଆମେ ସଲମାନଙ୍କ ଅନ୍ଦାଜ୍‌ରେ କାର୍ଯ୍ୟାନୁଷ୍ଠାନ ନେବୁ। ସଲମାନଙ୍କ ଅହଂକାର ଭାଙ୍ଗିବୁ। ଜେଲ୍‌ରେ ଥାଇ ଏକ ଜାତୀୟ ମିଡିଆକୁ ସାକ୍ଷାତ୍‌କାର ଦେଇ ଏପରି କହିଛି ଲରେନ୍ସ ବିଷ୍ଣୋଇ।

ଯଦି କେବେ ସୁଯୋଗ ମିଳିବ ତେବେ ସଲମାନଙ୍କ ବିରୋଧରେ ଅପରାଧ କରିବି ବୋଲି ଲରେନ୍ସ କହିଛି। ଆମ ସମ୍ପ୍ରଦାୟକୁ ସଲମାନ ବହୁତ ହୀନ ଦୃଷ୍ଟିରେ ଦେଖାଛନ୍ତି। ଆମ ସମ୍ପ୍ରଦାୟରେ ଜୀବ ହତ୍ୟା କରନ୍ତି ନାହିଁ କି ସବୁଜ ବୃକ୍ଷ କାଟନ୍ତି ନାହିଁ। ହେଲେ ସଲମାନ ବିଷ୍ଣୋଇ ସମ୍ପ୍ରଦାୟପ୍ରବଣ ଅଞ୍ଚଳକୁ ଆସି ଶିକାର କରିଛନ୍ତି। ତେଣୁ ପିଲାଦିନରୁ ତାଙ୍କ ପ୍ରତି ମୋର ରାଗ ରହିଛି ବୋଲି ଲରେନ୍ସ କହିଛି।

ଯେତେବେଳେ ସଲମାନଙ୍କ ଉପରେ ମୃଗ ଶିକାରର ଅଭିଯୋଗ ଲାଗିଲା ସେତେବେଳେ ଲରେନ୍ସ ବିଷ୍ଣୋଇ ମାତ୍ର ୪-୫ ବର୍ଷର ହୋଇଥିଲା। ସେତେବେଳୁ ସେ ସଲମାନଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ପଣ କରିଛି ବୋଲି ଲରେନ୍ସ ଗଣମାଧ୍ୟମରେ କହିଛି।

ଲରେନ୍ସ କହିଛି ଯେ ଯଦି ଆମ ସମ୍ପ୍ରଦାୟ ସଲମାନଙ୍କୁ କ୍ଷମା ନକରେ ତେବେ ଆମେ କୋର୍ଟ କଚେରୀର ଅପେକ୍ଷାରେ ରହିବୁ ନାହିଁ। ଆମେ ଆମ ହିସାବରେ କାର୍ଯ୍ୟାନୁଷ୍ଠାନ ନେବୁ। ତେବେ ଆମେ ସଲମାନଙ୍କୁ ଧମକ ଦେଉ ନାହିୁଁ ବରଂ ଅନୁରୋଧ କରୁଛୁ ଯେ ସେ କ୍ଷମା ମାଗି ନିଅନ୍ତୁ ବୋଲି ଲରେନ୍ସ କହିଛି।

ତେବେ ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି ପଠାଇବା କଥାକୁ ଅସ୍ୱୀକାର କରିଛି ଲରେନ୍ସ। ଏସବୁ ଘଟିଛି ବୋଲି ସେ ଜାଣି ନଥିବା ଲରେନ୍ସ କହିଛି। ମୁମ୍ବାଇ ପୁଲିସ ମାମଲାରେ ତାକୁ ପଚରାଉଚରା କରିଥିଲା। ପୁଲିସକୁ ମଧ୍ୟ ଘଟଣା ବିଷୟରେ ଜାଣି ନଥିବା କହିଥିଲା ଲରେନ୍ସ।

ତେବେ ସଲମାନଙ୍କ ଠାରୁ କେଉଁଭଳି କ୍ଷମା ଚାହୁଛନ୍ତି ବୋଲି ପଚାରିବାରୁ ଲରେନ୍ସ କହିଛି “ବିକାନେର ଆଗରେ ନୌଖତସିଲରେ ଆମ ମନ୍ଦିର ରହିଛି। ସଲମାନ ସେଠାକୁ ଆସି ଆମ ସମ୍ପ୍ରଦାୟକୁ କ୍ଷମା ମାଗନ୍ତୁ। ଯଦି ସଲମାନ ଏପରି ନକଲେ ଆମେ କେବେ ନା କେବେ ତାଙ୍କ ଅହଂକାର ଭାଙ୍ଗିବୁ।”

ଆମ ଗୁରୁ ଜମ୍ବେଶ୍ୱର ଭଗବାନ ହରିଣଙ୍କୁ ପାଳୁଥିଲେ। ଆମେ ତାଙ୍କୁ ଖୁବ୍ ମାନୁ। ଆମ ଏରିଆରେ ଜୀବ ହତ୍ୟା କରିବାକୁ ଦେଉନା। ଆମେ ଚାହୁଁଛୁ ଯେ ସଲମାନ ସମସ୍ତଙ୍କୁ କ୍ଷମା ମାଗନ୍ତୁ। ଯଦି ସେ ପୂର୍ବରୁ ଏପରି କରିଥାନ୍ତେ, ତେବେ ୨୫ ବର୍ଷ ହେଲା ଏହି ସମସ୍ୟା ହୋଇ ନଥାନ୍ତା। ସଲମାନ ନିଜେ କୋଟ କଚେରି ଯାଇ ମାମଲାକୁ ବଢ଼ାଇଛନ୍ତି ବୋଲି ଲରେନ୍ସ କହିଛି। ତେବେ ସଲମାନଙ୍କୁ ଲରେନ୍ସ ବିଷ୍ଣୋଇ କ୍ଷମା କରିଦିଅନ୍ତୁ ବୋଲି ପଚାରିବାରୁ ସେ କହିଥିଲେ ମୁଁ ଚେଷ୍ଟା କରିବି କ୍ଷମା କରିବାକୁ।

ସୂଚନା ଥାଉକି ୧୯୯୮ ମସିହାରେ ଫିଲ୍ମ ‘ହମ୍‌ ସାଥ୍‌ ସାଥ୍‌ ହେ’ର ଶୁଟିଂ ସମୟରେ ରାଜସ୍ଥାନର କଣକଣି ଗାଁରେ ଦୁଇଟି କୃଷ୍ଣସାର ମୃଗର ଶିକାର କରାଯାଇଥିଲା। ଏଥିରେ ସଲମାନ ଖାନ୍‌ଙ୍କ ସହ ଫିଲ୍ମ ଅନ୍ୟ କଳାକାର, ଶୈଫ ଅଲୀ ଖାନ, ତବୁ, ମନୀଷ ଭେହଲ ଓ ସୋନାଲୀ ବେନ୍ଦ୍ରେ ମଧ୍ୟ ଏଥିରେ ଅଭିଯୁକ୍ତ ହୋଇଥିଲେ। ତେବେ ୨୦୧୮ରେ ଯୋଧପୁର କୋର୍ଟ ଅନ୍ୟମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବେ ବେଳେ ସଲମାନ ଖାନ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏନେଇ ସେ ପୂର୍ବରୁ ଜେଲ୍ ସଜା ମଧ୍ୟ କାଟି ସାରିଛନ୍ତି।

   Related Posts