ବିନାୟକ ଆଚାର୍ଯ୍ୟ କଲେଜ ରାଗିଂ ଘଟଣା, ସଂପୃକ୍ତ ୫ ଅଭିଯୁକ୍ତଙ୍କ ପାଇଁ ମାମଲା ଲଢିବନି ଗଞ୍ଜାମ ଓକିଲ ସଂଘ

Published By : Prameya-News7 Bureau | November 17, 2022 IST

ବ୍ରହ୍ମପୁର, ୧୭/୧୧: ବିନାୟକ ଆଚାର୍ଯ୍ୟ କଲେଜ ରାଗିଂ ଘଟଣାରେ ସଂପୃକ୍ତ ୫ ଅଭିଯୁକ୍ତଙ୍କ ପାଇଁ ମାମଲା ଲଢିବନି ଗଞ୍ଜାମ ଓକିଲ ସଂଘ । ଏନେଇ ସଂଘର ଓକିଲ ଅଭିଯୁକ୍ତମାନଙ୍କ ପାଇଁ ଓକାଲତିନାମା ଦାଖଲ କରିନଥିବା ଜଣାପଡ଼ିଛି । ବ୍ରହ୍ମପୁର ସହରର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଓକିଲ ସଙ୍ଘ ଏହି ଭଳି ନିଷ୍ପତ୍ତି ନେଇଛି । ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମଙ୍କ ତ୍ବରିତ ପଦକ୍ଷେପକୁ ଓକିଲ ସଙ୍ଘ ସ୍ବାଗତ ଜଣାଇଛି । ଏନେଇ ଗଞ୍ଜାମ ଓକିଲ ସଂଘ ସଂପାଦକ ସୁଶିଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଘଟଣାକୁ ନେଇ ମାନବାଧିକାର କମିସନ ନିକଟରେ ମାମଲା ହୋଇଛି । ବିନୋଦ ସାବତ ନାମକ ଜଣେ ବ୍ୟକ୍ତି କଲେଜ ପ୍ରଶାସନ ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାତୀୟ ମାନବାଧିକାର କମିସନ ନିକଟରେ ମାମଲା ଦାୟର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.