ଲ’ କମିଶନ ପକ୍ଷରୁ ସମାନ ଆଚରଣ ସହିଂତା ଉପରେ ନୂଆ ପ୍ରକ୍ରିୟା ଆରମ୍ଭ, ଧାର୍ମିକ ସଂଗଠନ ଏବଂ ଲୋକଙ୍କୁ ମାଗିଲେ ରାୟ

Published By : Prameya-News7 Bureau | June 14, 2023 IST

ନୂଆଦିଲ୍ଲୀ: ଲ’ କମିଶନ ପକ୍ଷରୁ ସମାନ ଆଚରଣ ସହିଂତା ଉପରେ ନୂଆ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ସାର୍ବଜନୀନ ଏବଂ ମାନ୍ୟତା ପ୍ରାପ୍ତ ଧାର୍ମିକ ସଂଗଠନର ମତ ଲୋଡାଯାଇଛି । ଦେଶର ୨୨ତମ ଲ’ କମିଶନର ୟୁସିସି ଉପରେ ଜନସାଧାରଣଙ୍କ ମତାମତ ଏବଂ ଧାରଣା ଜାଣିବା ପାଇଁ ପୁଣି ଥରେ ନିଷ୍ପତ୍ତି ନେଇଛନ୍ତି । ଆୟୋଗ ପକ୍ଷରୁ ଏଥିପାଇଁ ୩୦ ଦିନର ସମୟ ଦିଆଯାଇଛି ।

ବୁଧବାର ଲ’ ପ୍ୟାନେଲ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି, ପ୍ରାରମ୍ଭିକ ଭାବେ ଭାରତର ୨୧ତମ ଲ’ କମିଶନ ସମାନ ଆଚରଣ ସଂହିତା ବିଷୟ ଉପରେ ନରୀକ୍ଷଣ କରିଥିଲେ । ଏହାସହ ବିଭିନ୍ନ ପକ୍ଷଙ୍କ ଠାରୁ ଏହା ଉପରେ ମତାମତ ଲୋଡିବା ପାଇଁ ୨୦୧୬ ଅକ୍ଟୋବର ୭ରେ କମିଶନ ପକ୍ଷକୁ ଅପିଲ୍ କରାଯାଇଥିଲା । ଏହା ପରେ ୨୦୧୮ ମାର୍ଚ୍ଚ ୧୮, ମାର୍ଚ୍ଚ ୨୭ ଏବଂ ଏପ୍ରିଲ ୧୦ରେ ପବ୍ଲିକ୍ ନୋଟିସ୍ ଜାରି କରାଯାଇଥିଲା ।

ପଢନ୍ତୁ: ବାତ୍ୟା ‘ବିପରଯୋୟ’ର ପ୍ରଭାବ; ୧୨ ହଜାରରୁ ଅଧିକ ବିଜୁଳି ଖୁଣ୍ଟ କ୍ଷତିଗ୍ରସ୍ତ, ୫୦ ହଜାର ଲୋକେ ସ୍ଥାନାନ୍ତର, ୬୯ ଟ୍ରେନ୍ ବାତିଲ

କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଋତୁରାଜ ଅବସ୍ଥୀଙ୍କ ଅଧ୍ୟକ୍ଷତାରେ ଗଠିତ ୨୨ତମ ଲ’ କମିଶନ ଉଚ୍ଛୁକ ବ୍ୟକ୍ତିଙ୍କୁ ୩୦ ଦିନ ଭିତରେ ନିଜ ମତ ୱେବସାଇଟ୍ କିମ୍ୱା ଇମେଲରେ ପଠାଇବା ପାଇଁ କୁହାଯାଇଛି । ଏହା ପୂର୍ବରୁ ୨୧ତମ ଲ କମିଶନ ଏହା ଉପରେ ଅଧ୍ୟୟନ କରିଥିଲେ । ସେହି ସମୟରେ ଆୟୋଗ ଏହା ଉପରେ ଅଧିକ ଚର୍ଚ୍ଚାର ଆବଶ୍ୟକତା ଥିବା କହିଥିଲେ । ଘଟଣାକୁ ୩ ବର୍ଷରୁ ଅଧିକ ସମୟ ବିତି ସାରିଛି । ଏବେ ନୂତନ ରୂପେ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ୟୁନିଫର୍ମ ସିଭିଲ କୋଡର ଅର୍ଥ ହେଉଛି ସମସ୍ତ ନାଗରିକଙ୍କ ପାଇଁ ବିବାହ, ଛାଡପତ୍ର, ପୋଷ୍ୟ ସନ୍ତାନ, ସମ୍ପତ୍ତି ଉପରେ ଅଧିକାର ପରି ମାମଲାକୁ ନିୟନ୍ତ୍ରଣ କରୁଥିବା ଆଇନର ଏକ ସାମାନ୍ୟ ସେଟ୍ ପ୍ରସ୍ତୁତ କରାଯାଉ, ଯାହା ସବୁ ଧର୍ମର ନାଗରିକଙ୍କ ଉପରେ ଲାଗୁ ହେବ ।  

Also Read: ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ବେଲ୍ଟରେ ପିଟିଥିଲେ IAS ଏବଂ IPS ଅଫିସର, ସସ୍‌ପେଣ୍ଡ କଲେ ଗେହଲଟ ସରକାର, ହେବେ ଗିରଫ !

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.