ଆଇନମନ୍ତ୍ରୀଙ୍କ ଚେତାବନୀ, ନୀତିକାନ୍ତିରେ ବିଭ୍ରାଟ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ

Published By : Prameya-News7 Bureau | October 02, 2024 IST

ପୁରୀ ୦୨।୧୦ : ଆଇନମନ୍ତ୍ରୀଙ୍କ ଚେତାବନୀ । ନୀତିକାନ୍ତିରେ ବିଭ୍ରାଟ ହେଲେ, ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହିତ ମନ୍ଦିର ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ୍‌ ହରିଚନ୍ଦନ । 

ଖବର ଅନୁଯାୟୀ, ଶ୍ରୀମନ୍ଦିରରେ ଲୁହା କଢେଇରେ ଅବଢା ରନ୍ଧା ପ୍ରସଙ୍ଗ । ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ୍‌ ହରିଚନ୍ଦନ କହିଛନ୍ତି ଯେ, ସେ ବାବଦରେ ସମୀକ୍ଷା ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ ଯାହା ପଦକ୍ଷେପ ନେବା କଥା ନେବ । ଯଦି ଭୁଲ୍‌ ଥିବ ତେବେ କଠୋର ପଦକ୍ଷେପ ନିଆଯିବ । ଏନେଇ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଛି । ଏହାସହିତ ନୀତିକାନ୍ତିରେ ଯେଉଁମାନେ ବିଭ୍ରାଟ କରିବେ । ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.