vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଧାନସଭା ସରଗରମ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

7/09/2021 at 1:57 PM

ଭୁବନେଶ୍ବର ୭।୯: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଧାନସଭାରେ ସରଗରମ ଆଲୋଚନା । ରାଜ୍ୟ ସରକାରଙ୍କୁ ବିଜେପିର ଜୋରଦାର ଟାର୍ଗେଟ୍ । ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ଆଇନ ମନ୍ତ୍ରୀଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ଥିବାରୁ ସେ ଇସ୍ତଫା ଦିଅନ୍ତୁ । ମାନସ ଦାସ ଆଦିବାସୀ ପରିବାରଗୁଡିକ ଉପରେ ଅତ୍ୟାଚାର କରୁଥିଲେ । ବିଜେଡ଼ି ନେତାଙ୍କ ସହ ତାଙ୍କ ଫଟୋ ଭାଇରାଲ ହୋଇଥିଲା । ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ପୋଲିସ ଫେଲ୍ ମାରିଛି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।

ଘଟଣାରେ ଜଙ୍ଗଲ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ଡ଼ିଏଫଓକୁ ସୁରକ୍ଷା ଦିଆଯାଉଛି । କୁହାଯାଇଛି, ତାଙ୍କ ପ୍ରାଇଭେଟ୍ ସଚିବ ତଦନ୍ତରେ ଚାପ ସୃଷ୍ଟି କରୁଥିଲେ । ତେଣୁ ଏହି ସବୁ ଘଟଣାରେ ନିରପେକ୍ଷ ତଦନ୍ତ କରାଯାଉ । ଏହା ବାଦ୍ ରାଜ୍ୟରେ ହତ୍ୟା ଓ ଦୁଷ୍କର୍ମ, ନାରୀ ନିର୍ଯାତନା ବଢ଼ି ଚାଲିଛି । ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ହାଜତ ମୃତ୍ୟୁ ପ୍ରସଙ୍ଗ ବି ଉଠାଇଛି ବିଜେପି ।

   Related Posts