ଲୋକପ୍ରିୟ ମରାଠୀ ଲାବଣୀ ଗାୟିକା ପଦ୍ମଶ୍ରୀ ସୁଲୋଚନା ଚୌହ୍ୱାନଙ୍କର ପରଲୋକ

Published By : Prameya-News7 Bureau | December 10, 2022 IST

ମୁମ୍ବାଇ: ଲୋକପ୍ରିୟ ମରାଠୀ ଲାବଣୀ ଗାୟିକା ପଦ୍ମଶ୍ରୀ ସୁଲୋଚନା ଚୌହ୍ୱାନଙ୍କର ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି ସୁଲୋଚନା। ମୁମ୍ବାଇ ବାସଭାବନରେ ସେ ଆଖିବୁଜିଥିବା ତାଙ୍କ ପୁଅ ତଥା ଢୋଲକୀ ବାଦକ ବିଜୟ ଚୌହ୍ୱାନ ସୂଚନା ଦେଇଛନ୍ତି। ସୁଲୋଚନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ନେତା ଓ ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।

ମହାରାଷ୍ଟ୍ରର ଲୋକଗୀତ ଲାବଣୀର ଖୁବ ଲୋକପ୍ରିୟ ଗାୟିକା ହେଲେ ସୁଲୋଚନା। ଏଥିପାଇଁ ତାଙ୍କୁ ଲାବଣୀ ସାମ୍ରାଜ୍ଞୀ ବୋଲି ବି କୁହାଯାଏ। ଲାବଣୀ ଏକ ମରାଠୀ ସାଂସ୍କୃତିକ ଗୀତିନାଟ୍ୟ ପରି। ଯାହା ପ୍ରାୟତଃ ତାମସା ଭଳି ହୋଇଥାଏ।  

ସୁଲୋଚନା କେବଳ ଲାବଣୀ ଗୀତ ଗାଇ ନାହାନ୍ତି ସେ ପାଖାପାଖି ୨୫୦ ହିନ୍ଦୀ ଗୀତ ସହ ୫ ହଜାର ମରାଠୀ ଗୀତବି ଗଇଛନ୍ତି। ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସୁଲୋଚନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ,ରାଜ୍ୟପାଳ ଭଗତ ସିଂହ କୋସୟାରୀ ପ୍ରମୁଖ ଶୋକପ୍ରକାଶ କରି ଟ୍ୱିଟ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.