oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୂଇଁ ତଳୁ ବାହାରିଲା ଏମିତି ଏକ ପଦାର୍ଥ ଯାହା ଦେଖି ଡରିଗଲେ ଲୋକ : ବିନାଶର ସଂକେତ ଦେଲେ ଲୋକ

19/05/2019 at 2:44 PM

ଅଗରତାଲା ୧୯/୫ : ତ୍ରିପୁରାର ଅଗରତାଲରେ ଏକ ଅଜବ ଘଟଣା ଘଟିଛି । ଯାହାଫଳରେ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଅଗରତାଲା ଅନ୍ତର୍ଗତ କଠହଲତାଲି ଗାଁର ମଧୁବନରେ ଲାଭା ଭଳି ଏକ ତରଳ ପଦାର୍ଥ ଭୂଇଁରୁ ବାହାରୁଥିବା ଦେଖା ଦେଇଛି । ଏହି ଘଟଣା ପରେ ବୈଜ୍ଞାନିକମାନେ ଯାଞ୍ଚ ପାଇଁ ଗାଁରେ ପହଂଚିଛନ୍ତି ।

ବିଜୁଳି ଖୁଣ୍ଟ ପାଖରେ ଲୋକେ ଜ୍ବଳନଶୀଳ ତରଳ ପଦାର୍ଥ ବାହାରୁଥିବା ଦେଖିଥିଲେ । ଏହା ଦେଖି ଲୋକେ ତତ୍କାଳ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇ ତ୍ରିପୁରା ଆପ୍ଲିକେସନ ସେଣ୍ଟରର ବୈଜ୍ଞାନିକ ଦଳ ଘଟଣାସ୍ଥଳରେ ପହଂଚିଛନ୍ତି ।

ବୈଜ୍ଞାନିକମାନେ କହିଛନ୍ତି ଯେ, ତ୍ରିପୁରା ଆଖପାଖ ଅଂଚଳରେ ଗତ ବର୍ଷେ ହେଲା ଏହିଭଳି ଘଟଣା ଘଟିଥିବା ଏହା ଚତୁର୍ଥ ଘଟଣା । ଭୂଇଁରୁ ଲାଭା ବାହାରିଲେ ଭୂମିକମ୍ପ ହୋଇଥାଏ ।

ଭୁ-ବୈଜ୍ଞାନିକ ଅଭିଷେକ ଚୌଧୁରୀ କହିଛନ୍ତି ଯେ, ବଙ୍ଗଳାଦେଶ ଚଟଗାଁର ସବରୁମ ନିକଟରେ କିଛି ଦିନ ପୂର୍ବରୁ ଭୂମିରୁ ଲାଭା ଉଦଗିରଣ ହୋଇଥିଲା । ଏହା ଦେଖି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଅଭିଷେକ ଚୌଧୁରୀ କହିଛନ୍ତି ଯେ, ଲାଭାର ନମୁନା ସଂଗ୍ରହ କରାଯାଇଛି ।

ନମୁନା ବିଷ୍ଳଶଣ ପରେ ଏହା ସ୍ପଷ୍ଟ ହେବ ଯେ ଲାଭା କାହିଁକି ଭୂମିରୁ ବାହାରୁଛି । ଟେକ୍ନିକାଲ ପ୍ଲେଟ ମୁଭମେଣ୍ଟ୍ ହେଲେ ଭୂମିରୁ ଲାଭା ବାହାରିଥାଏ ବୋଲି କହିଛନ୍ତି ବୈଜ୍ଞାନିକ ।

ସୂଚନାଯୋଗ୍ୟ ଯେ, ପୂର୍ବାଂଚଳ ଭାରତର ୭ଟି ରାଜ୍ୟ ତଥା ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ଏବଂ ମଣିପୁର ଅଂଚଳରେ ଦୁନିଆରେ ଷଷ୍ଠ ପ୍ରମୁଖ ଭୂକମ୍ପ ସମ୍ଭାବିତ ବେଲ୍ଟ ବୋଲି କୁହାଯାଏ । ୧୮୯୭ ମସିହାରେ ତ୍ରିପୁରାରେ ଭୂମିକମ୍ପ ହୋଇଥିଲା । ରେକ୍ଟର୍ ସ୍କେଲରେ ଏହାର ତୀବ୍ରତା ୮.୭ ରେକର୍ଡ କରାଯାଇଥିଲା । ସେତେବେଳେ ୧୬୦୦ ରୁ ଅଧିକ ଲୋକ ଏହି ଭୂକମ୍ପରେ ପ୍ରାଣ ହରାଇଥିଲେ । 

   Related Posts