ବେଲପାହାଡରେ ‘ମୋ ଖତ'କାର୍ଯ୍ୟକ୍ରମର ଶୁଭାରମ୍ଭ, ଆବର୍ଜନାରୁ ତିଆରି ହେବ ଜୈବିକ ସାର

Published By : Prameya-News7 Bureau | December 16, 2020 IST

ଝାରସୁଗୁଡା ୧୬।୧୨: ବେଲପାହାଡ଼ ପୌରପରିଷଦର କାଡୁପଡା ସ୍ଥିତ ମାଇକ୍ରୋ କମ୍ପୋଜିଟ ଓ ମ୍ୟାଟରିଆଲ ରିକୋଭରୀ ଫେସଲେଟି ସେଂଟରରେ ଆଜି ବର୍ଯ୍ୟବସ୍ତୁ ପରିଚାଳନା ଓ ଜୈବିକ ଖତ ଉତ୍ପାଦାନର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଉପଜିଲ୍ଲାପାଳ ଶିବ ଟପ୍ପୋ, ବରଗଡ ସାଂସଦ ପ୍ରତିନିଧି ତପନକାନ୍ତ ଜେନା, ବେଲପାହାଡ ପୌର ଅଧିକାରୀ ଲୋକନାଥ ତିୱାରୀ, ଡ. ତାରାପଦ ଦାସ  ପ୍ରମୁଖ ଉପସ୍ଥିତ ରହି ମାଇକ୍ରୋ କମ୍ପୋଜିଟି ସେଣ୍ଟରରୁ ଉତ୍ପାଦିତ ପ୍ରଥମ ଜୈବିକ ଖତ ‘ମୋ ଖତ’କୁ ଲୋକାର୍ପିତ କରିଛନ୍ତି ।

{"id":378283,"sizeSlug":"large","linkDestination":"none"}

କାର୍ଯ୍ୟକ୍ରମରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି କହିଛନ୍ତି, ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଓ ସଲିଡ଼ ୱେଷ୍ଟ ମ୍ୟାନେଜମେଣ୍ଟ  (ଏସଡବ୍ଲୁଏମ୍‌) ସ୍କିମ୍ ଜରିଆରେ ପ୍ରାୟ ୨ ଏକର ଜମିରେ ମାଇକ୍ରୋ କମ୍ପୋଜିଟ ଓ ମ୍ୟାଟରିଆଲ ରିକଭରୀ ସୁବିଧା କେନ୍ଦ୍ର ତିଆରି କରାଯାଇଛି । ବେଲପାହାଡ ପୌରପରିଷଦକୁ ପ୍ରଦୂଷଣ ମୁକ୍ତ ରଖିବା ସହ ଏହା ଜୈବିକ ସାର ପ୍ରସ୍ତୁତ କରିବ । ଯାହା ଅଂଚଳର ଚାଷୀମାନଙ୍କୁ ଲାଭାନ୍ୱିତ କରିବ । ସରକାରଙ୍କ ଏହି ଯୋଜନାରୁ ସ୍ଥାନୀୟ ଲୋକେ ବହୁ ଉପକୃତ ହୋଇ ପାରିବେ । ତେଣୁ ସରକାରଙ୍କ ଏହି ପ୍ରାୟାସକୁ ଅଂଚଳବାସୀ ସଫଳ କରି ଘରେ ଥିବା ଆବର୍ଜନାକୁ ଏଣେତେଣେ ନଫିଙ୍ଗି ଆବର୍ଜନା ସଂଗ୍ରହ ପାଇଁ ଆସୁଥିବା ପୌର ପରିଷଦର ସଫେଇ କର୍ମଚାରୀଙ୍କୁ ପ୍ରଦାନ କରନ୍ତୁ ବୋଲି ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ଏହି ମାଇକ୍ରୋ କମ୍ପୋଜିଟ ଓ ମ୍ୟାଟରିଆଲ ରିକୋଭରୀ ଫେସଲେଟି ଦ୍ୱାରା ବେଲପାହାଡ ପଲିଥିନ ମୁକ୍ତ ସହ ପ୍ରଦୂଷଣ ମୁକ୍ତ ହୋଇ ପାରିବ ।

{"id":378284,"sizeSlug":"large","linkDestination":"none"}

ଏହାର ପରିଚାଳନା ପାଇଁ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠିକୁ ଦାୟିତ୍ୱ ପ୍ରଦାନ ନାରୀ ସଶକ୍ତିକରଣ ଦିଗରେ ମଧ୍ୟ ପ୍ରୟାସ କରାଯାଇଛି । ସେହିପରି  ଆଗାମୀ ଦିନରେ ଝାରସୁଗୁଡା ଓ ବ୍ରଜରାଜନଗରେ ପୌରପରିଷଦରେ ମଧ୍ୟ ଏହିପରି ମାଇକ୍ରୋ କମ୍ପୋଜିଟ ସେଂଟର ଓ ମ୍ୟାଟରିଆଲ ରିକୋଭରୀ ଫେସଲେଟି  ତିଆରି କରାଯିବ । ସେହିପରି ବେଲପାହାଡ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ବେଲପାହାଡର ୧୯ଟି ୱାର୍ଡର ୮ ହଜାର ୮ଶହ ୪୭ଟି ଘରରୁ ଏହି ସେଂଟରରକୁ ଆବର୍ଜନା ଅଣାଯିବ । ଏଥିପାଇଁ ବ୍ୟାଟେରୀ ଚାଳିତ ଗାଡି ପ୍ରତ୍ୟେକ ଘର ସମ୍ମୁଖକୁ ଯିବ ।ଆଜି ଏଭଳି ବ୍ୟାଟେରୀ ଚାଳିତ ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ବିଧାୟକ ଓ ଜିଲ୍ଲାପାଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.