ଯାଜପୁର କଣ୍ଟେନମେଣ୍ଟ ଅଞ୍ଚଳ‌ରେ ମୋବାଇଲ୍ ଏଟିଏମ୍ ବ୍ୟବସ୍ଥା, ଘର ପାଖରେ ଟଙ୍କା ଉଠାଇବେ ଲୋକେ

Published By : Prameya-News7 Bureau | May 09, 2020 IST

ଯାଜପୁର ୦୯।୦୫: ଯାଜପୁର ଜିଲ୍ଲାରେ କରୋନା ପାଇଁ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଜିଲ୍ଲାରେ ବାହାରୁ ଥିବା ପଜିଟିଭ୍‌ ସଂଖ୍ୟାକୁ ଆଖିଆଗରେ ରଖି ୧୯ଗୋଟି  କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।  ସେଥିମଧ୍ୟରୁ ବ୍ରହ୍ମବରଦା ଏବଂ ସାନତ୍ରିଲୋଚନ ଅଞ୍ଚଳରୁ କଣ୍ଟେନମେଣ୍ଟ ଉଠାଇ ଦିଆଯାଇଛି। ତେବେ ଅନ୍ୟ ୧୭ଟି ଅଞ୍ଚଳରେ ସଂକ୍ରମଣକୁ ରୋକିବା ପାଇଁ କଣ୍ଟେନମେଣ୍ଟକୁ ବଳବତ୍ତର ରଖାଇଯାଇଛି।

{"id":267116,"sizeSlug":"large"}

ତେବେ ଏହି  ସବୁ ଅଞ୍ଚଳର ଲୋକମାନଙ୍କୁ ବ୍ୟାଙ୍କିଂ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏକ ମୋବାଇଲି ଏଟିଏମ୍ ଭ୍ୟାନ ସମସ୍ତ ଅଞ୍ଚଳକୁ ପଠାଯାଇଛି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟ ଠାରେ ଜିଲ୍ଳାପାଳ ରଞ୍ଜନ କୁମାର ଦାସ ଏହି ମୋବାଇଲି ଏଟିଏମ୍ ଭ୍ୟାନକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି। ଏହି ଏଟିଏମ୍ ମାଧ୍ୟରେ  ଲୋକମାନେ ଘରପାଖରେ ଟଙ୍କା ଉଠେଇପାରିବେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ , ସେଲ୍ସ ମ୍ୟାନେଜର ସୁଶାନ୍ତ ସାମଲ ଓ ଆକ୍ସିସ ବ୍ୟାଙ୍କର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହା ସହ ପ୍ରବାସୀ ଓଡ଼ିଆ ଜିଲ୍ଳାକୁ ବର୍ତ୍ତମାନ ସୁଦ୍ଧା ୭୯୭ ଜଣ ଆସି ପହଞ୍ଚି ଥିବାର ସୂଚନା ଦେଲା ଜିଲ୍ଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.