ସମବାୟ କ୍ଷେତ୍ରକୁ ସୁଦୃଢ କରିବାକୁ ବଡ ପଦକ୍ଷେପ : ଶୁଭାରମ୍ଭ ହେଲା ‘ଡାଏରୀ ସହକାର’ ଯୋଜନା, ୫ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘କୋପରେସନ୍‌ ଟୁ ପ୍ରସପିରିଟି’ (ସହଯୋଗରୁ ସମୃଦ୍ଧତା) ଭିଜନକୁ ସଫଳ କରିବା ପାଇଁ ଆରମ୍ଭ ହୋଇଛି ‘ଡାଏରୀ ସହକାର’ ଯୋଜନା । ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କୋପରେସନ୍‌ ମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ପାର୍ଶୋତ୍ତମ ରୁପାଲା । ଦେଶରେ ସମବାୟ ଦୁଗ୍ଧ ବ୍ୟବସାୟକୁ ଉତ୍ସାହିତ କରିବା ପାଇଁ ୫୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ଏହା ଦ୍ବାରା ଚାଷୀମାନେ ଉପକୃତ ହେବା ସହିତ ଦେଶର ଅର୍ଥନୀତି ସୁଦୃଢ ହେବା ଦିଗରେ ଏହା ସହାୟକ ହେବ ବୋଲି ଶାହା କହିଛନ୍ତି ।

ଦୁଗ୍ଧ ବ୍ୟବସାୟ ସହ ଜଡିତ ସମବାୟ ସମିତି ପାଇଁ ଏକ ବିସ୍ତୃତ ଯୋଜନା ଆରମ୍ଭ କରାଯାଇଛି । ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ବିଭାଗ ସହଭାଗିତାରେ ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ଆରମ୍ଭ କରିବା ପୂର୍ବରୁ ଗୁଜୁରାଟର ଆନନ୍ଦରେ ଦୁଗ୍ଧ ସମବାୟ କମ୍ପାନୀ ଅମୁଲର ୭୫ତମ ପ୍ରତିଷ୍ଠା ଦିବସ ପାଳନରେ ଯୋଗ ଦେଇ ଶାହା କହିଛନ୍ତି, ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାରେ ଦୁଗ୍ଧ କ୍ଷେତ୍ର ଏବଂ ସମବାୟ ସମିତିର ପ୍ରମୁଖ ଭୂମିକା ରହିଛି। ତେଣୁ ଏଗୁଡିକ ଆତ୍ମ ନିର୍ଭର ହେବା ଆବଶ୍ୟକ ।ଏହାକୁ ଦୃଷ୍ଟିରେ ରଖି ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।

{"id":536991,"width":611,"height":611,"sizeSlug":"large","linkDestination":"none"}

ଅମିତ ଶାହା କହିଛନ୍ତି, ‘କୃଷି ଏବଂ ପଶୁପାଳନ ଭଳି କ୍ଷେତ୍ରକୁ ସଶକ୍ତ କରିବା ପାଇଁ ଆମକୁ ଏହି ସହଯୋଗୀ ମଡେଲକୁ କାର୍ଯ୍ୟକାରୀ କରିବା ଆବଶ୍ୟକ । ଏଥିପାଇଁ କେନ୍ଦ୍ର ସରକାର ଏନ୍‌ସିଡିସି ଜରିଆର ୫ ହଜାର କୋଟି ଟଙ୍କା ବିନିମୟରେ “ଡାଏରୀ ସହକାର”ର ଶୁଭାରମ୍ଭ କରିଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ତ୍ରିଭୁବନ ପଟେଲଙ୍କ ମାର୍ଗଦର୍ଶନରେ ୧୯୪୬ ମସିହାରେ ଗୁଜୁରାଟ ଆନନ୍ଦରେ ପ୍ରଥମେ ଅମୁଲ ଆରମ୍ଭ ହୋଇଥିଲା’ ।

ବିଗତ ଦିନରେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ଦିଗରେ ଅମୁଲ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ଏହା ବେଶ ସହାୟକ ହୋଇଥିଲା । ଦୁଗ୍ଧ ହେଉଛି ଭାରତର ସବୁଠାରୁ ବଡ କୃଷି ବ୍ୟବସାୟ ଏବଂ ଭାରତୀୟ ଅର୍ଥନୀତିରେ ଏକ ପ୍ରମୁଖ ଯୋଗଦାନକାରୀ ବୋଲି ଡାଏରୀ ସାହାକର ଯୋଜନା ପ୍ରସ୍ତୁତ କରି କେନ୍ଦ୍ର ସହଯୋଗ ମନ୍ତ୍ରଣାଳୟର ସମବାୟ ସମିତି ଏନସିଡିସିକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ ପାର୍ଶୋତ୍ତମ ରୁପାଲା ।

{"id":536992,"sizeSlug":"full","linkDestination":"none"}

ଦୁଗ୍ଧ ସାହାକର ଅଧୀନରେ ଏନ୍‌ସିଡିସି ୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛି । ପଶୁପାଳନ ଏବଂ ଦୁଗ୍ଧ ପରି ଅନ୍ୟ କେନ୍ଦ୍ର ସରକାରୀ ମନ୍ତ୍ରଣାଳୟର ସମ୍ମିଶ୍ରଣ ସହିତ ଏହା ଅଧିକ ବୃଦ୍ଧି ପାଇବ । ସରକାରୀ ମନ୍ତ୍ରାଳୟ ଯେପରିକି ପଶୁପାଳନ ଏବଂ ଦୁଗ୍ଧ ଚାଷ ପାଇଁ ଏହି ଯୋଜନା ବେଶ ସହାୟକ ହେବ ବୋଲି NCDCର ପରିଚାଳନା ନିର୍ଦେଶକ ସନ୍ଦୀପ କୁମାର ନାୟକ କହିଛନ୍ତି ।

NCDCର ପରିଚାଳନା ନିର୍ଦେଶକ ସନ୍ଦୀପ କୁମାର ନାୟକ କହିଛନ୍ତି, ଏହି ଯୋଜନା ସହ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ମଧ୍ୟ ଲାଗୁହେବ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଚାଷୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଶେଷ ସୁବିଧାସୁଯୋଗ ଯୋଗାଇ ଦିଆଯିବ ।୫ ରୁ ୧୦ ବର୍ଷର ଋଣ ଯୋଗାଇ ଦିଆଯିବ । ଏହି ଯୋଜନା ୨୦୨୧-୨୨ ରୁ ୨୦୨୫-୨୬ ଯାଏଁ ୫ ବର୍ଷ ଧରି ଚାଲୁ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.