କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ତରଫରୁ ପଚଂତନ୍ତ୍ର କଲେକ୍ସନର ଶୁଭାରମ୍ଭ

Published By : Prameya-News7 Bureau | September 27, 2018 IST

ନୂଆଦିଲ୍ଲୀ ୨୭|୯: କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ତରଫରୁ ପଚଂତନ୍ତ୍ର କଲେକ୍ସନ ଉଦଘାଟନ ଉତ୍ସବ ଅବସରରେ ମେରି କମ୍ ଙ୍କୁ ଟ୍ରାଇବ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡର କରାଯାଇଛି। ବିଜ୍ଞାନ ଭବନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଦିବାସୀ ଶାଢୀ, ପୋଷାକ, ବିଭିନ୍ନ ସାମଗ୍ରୀ ଓ ଖାଦ୍ୟ କୁ ମିଶାଇ ପଚଂତନ୍ତ୍ର କଲେକ୍ସନର ଶୁଭାରମ୍ଭ କରିଥିଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ଦେଶର ବିଭିନ୍ନ ସ୍ଥାନରେ ୧୦୩ଟି ଟ୍ରାଇବାଲ ଷ୍ଟୋରରେ ଏହି ଜିନିଷସବୁ ମିଳିବ । ଏହି ନୂଆ କଲେକ୍ସନ ଲୋକଙ୍କୁ ବେଶ ପସନ୍ଦ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।। ଏହାସହ ଟ୍ରାଇବ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡର ମେରିକମଙ୍କୁ ସମ୍ମାନିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ଜୁଏଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.