DDMAର ନୂଆ ଗାଇଡଲାଇନ, ରାଜଧାନୀରେ ଶତ ପ୍ରତିଶତ ଚାଲିବ ମେଟ୍ରୋ ଟ୍ରେନ୍

Published By : Prameya-News7 Bureau | January 05, 2022 IST

ନୂଆଦିଲ୍ଲୀ ୦୫/୦୧: ଦିଲ୍ଲୀରେ ଶତ ପ୍ରତିଶତ ସିଟରେ ଚାଲିବ ମେଟ୍ରୋ । ସିଟି ବସ୍ ଓ ମଟ୍ରୋରେ ୫୦ ପ୍ରତିଶତ ଯାତ୍ରୀ ଯିବା ପାଇଁ କଟକଣା ଲାଗିଥିଲା । କିନ୍ତୁ ଦିଲ୍ଲୀରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଏହାକୁ ନଜରରେ ରଖି ନୂଆ ଗାଇଡଲାଇନ ଜାରି କରିଛି DDMA । ମେଟ୍ରୋ ଷ୍ଟେସନ ଆଗରେ ଯାତ୍ରୀଙ୍କ ପ୍ରବଳ ଭିଡ ଲାଗିଥିଲା ।

ଦିଲ୍ଲୀର ବିଭିନ୍ନ ମେଟ୍ରୋ ଷ୍ଟେସନ ଆଗରେ ଲୋକଙ୍କ ଲମ୍ବା ଲାଇନ ସହ ଟିକେଟ ପାଇଁ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଭିଡକୁ ନଜରରେ ରଖିଏହି ପଦକ୍ଷେପ ନିଆଯଇଛି। ସେପଟେ ଦିଲ୍ଲୀରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ସଟ୍ ଡାଉନ୍ ଲାଗୁ ହୋଇଛି।

wp:html /wp:html

ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୫ଟାଟା ଯାଏ ସଟ୍ ଡାଉନ୍ ବଳବତ୍ତର ରହିବ । ଏହାସହ ସଂକ୍ରମଣ ରୋକିବାକୁ ଆହୁରି ଅନେକ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ସରକାରୀ ଅଫିସ୍ ଓ୍ବାର୍କ ଫ୍ରମ ହୋମ୍ ରେ ଚାଲିବ । ବେସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଏହାସହ ଦିଲ୍ଲୀ ଏମ୍ସର ସବୁ କର୍ମଚାରୀଙ୍କ ଛୁଟି ରଦ୍ଦ କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.