ଶ୍ବଶୁର ଘର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଓ୍ବାଜିଦ ଖାନଙ୍କ ପତ୍ନୀ, ଇନ୍‌ଷ୍ଟାଗ୍ରାମରେ କଲେ ଏମିତି ପୋଷ୍ଟ

Published By : Prameya-News7 Bureau | November 28, 2020 IST

ମୁମ୍ବାଇ ୨୮/୧୧: ଦିବଂଗତ ସଙ୍ଗୀତ ନିର୍ଦେଶକ ଓ୍ବାଜିଦ ଖାନଙ୍କ ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ କମଲରୁଖ ଖାନ। ଅନ୍ତର୍ଜାତୀୟ ବିବାହକୁ ନେଇ ପ୍ରଥମ ଥର ନିଜର ପ୍ରତିକ୍ରିୟା ରଖିଛନ୍ତି କମଲରୁଖ। କମଲରୁଖ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବଡ଼ ପୋଷ୍ଟ ମାଧ୍ୟମରେ ନିଜ ବିବାହକୁ ନେଇ ଲେଖିଛନ୍ତି।

ସେ ଲେଖିଛନ୍ତି, ‘ଓ୍ବାଜିଦଙ୍କୁ ବିବାହ କରିବା ପୂର୍ବରୁ ୧୦ ବର୍ଷ ରିଲେସନ୍‌ସିପ୍‌ରେ ଥିଲି। ମୁଁ ପାର୍ସି ଓ ସେ ମୁସଲିମ୍‌ ଥିଲେ। ଆମେ ଏମିତି ଥିଲୁ ଯାହାକୁ ଆପଣ ‘କଲେଜ୍‌ ସ୍ବିଟ୍‌ହାର୍ଟସ୍‌’ ବୋଲି କହିପାରିବେ। ଶେଷରେ ଯେତେବେଳେ ଆମେ ବିବାହ କଲୁ , ସେତେବେଳ ସ୍ବତନ୍ତ୍ର ବିବାହ ଆକ୍ଟ ଜରିଆରେ ପ୍ରେମ୍‌ ପାଇଁ ବିବାହ କରିଥିଲୁ।’

wp:html
/wp:html

ସୂଚନାଯୋଗ୍ୟ, ଓ୍ବାଜିଦ ଖାନ ୧୯୯୮ରେ ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର କ୍ୟା ତୋ ଡରନା କ୍ୟା’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବଲିଉଡକୁ ବହୁ ଜବରଦସ୍ତ ଟ୍ରାକ୍‌ ଭେଟି ଦେଇଛନ୍ତି। ଓ୍ବାଜିଦଙ୍କ ପୁରା ପରିବାର ମ୍ୟୁଜିକଙ୍କ ସହ ସମ୍ପର୍କିତ। ଓ୍ବାଜିଦ ବହୁ ଲୋକପ୍ରିୟ ତବଲା ବାଦକ ଶରାଫତ ଅଲି ଖାନ ପୁଅ ଥିଲେ। ଓ୍ବାଜିଦଙ୍କ ଜେଜେ ବାପା ଉସ୍ତାଦ ଅଲି ଖାନ ଜଣେ ସଙ୍ଗୀତକାର ଥିଲେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.