ବିଳମ୍ବିତ ରାତିରେ ଟ୍ରେନ ଭିତରେ ଦମ୍ପତିଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଲିକ୍

Published By : Prameya-News7 Bureau | October 21, 2019 IST

ସ୍କଟ୍‌ଲ୍ୟାଣ୍ଡ୨୧|୧୦: ଚଳନ୍ତା ଟ୍ରେନରେ ଏକ କପ୍‌ଲଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଟ୍ରେନ ସ୍କଟ୍‌ଲ୍ୟାଣ୍ଡରୁ ଏଣ୍ଡିନବର୍ଗ ଯାଉଥିଲା। ସିସିଟିଭିରେ କଏଦ ହୋଇଥିବା କପ୍‌ଲଙ୍କ ଅନ୍ତରଙ୍ଗ ମୂହୁର୍ତ୍ତରର ଭିଡିଓ ଲିକ୍‌ ହୋଇଯାଇଛି। ଏନେଇ ସ୍କଟ୍‌ଲ୍ୟାଣ୍ଡର ରେଳ ବିଭାରର ମୁଖ୍ୟ ଭିଡିଓର ଯାଞ୍ଚ କରିବେ କହିଛନ୍ତି।।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ କପ୍‌ଲ ଟ୍ରେନରେ ଚଢ଼ି‌ଥିଲେ। ଟ୍ରେନର ବହୁ ସିଟ୍‌ ଖାଲି ପଡିଥିବା ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭିରେ କଏଦ ହୋଇଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ ହେବା ପରେ ସେମାନଙ୍କ ବିରୋଧ ଯାତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି କପ୍‌ଲଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଅନଲାଇନରେ ପୋଷ୍ଟ ହେବା ପୂର୍ବରୁ ସିସିଟିଭିରେ କଏଦ ହୋଇଥିଲା। ଏନେଇ ସ୍କଟ୍‌ଲ୍ୟାଣ୍ଡର ରେଳ ବିଭାଗର ପ୍ରମୁଖ ଏ ସଂପର୍କରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ଚଳନ୍ତା ଟ୍ରେନରେ କପ୍‌ଲଙ୍କ ଅନ୍ତରଙ୍ଗ ମୂହୁର୍ତ୍ତରର ଭିଡିଓ ସଂପର୍କରେ ଜଣେ ଯାତ୍ରୀ କହିଛନ୍ତି କପ୍‌ଲ ନିଶାରେ ଥିଲେ, ଆଖପାଖରେ କ’ଣ ହେଉଛି ସେମାନଙ୍କୁ ଜଣା ନଥିଲା। କିନ୍ତୁ ଟ୍ରେନରେ ଏଭଳି କରିବା ନିଶ୍ଚିତ ଅପରାଧ ବୋଲି ସେ କହିଛନ୍ତି।

ସେହିପରି ଅନ୍ୟ ଜଣେ ଯାତ୍ରୀ କହିଛନ୍ତି ପରିବାର ସହ ଟ୍ରେନରେ ଯାତ୍ରା କରିବା ସମୟରେ ଏଭଳି ଦୃଶ୍ୟ ଦେଖିବା କଥା ନୁହେଁ। ତେଣୁ ସଂପୃକ୍ତ କପ୍‌ଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସେ ଦାବି କରିଛନ୍ତି।

ଏହି ଦୁଇ ମିନିଟ୍‌ର ଭିଡିଓ କ୍ଲିପ୍‌ରେ କପ୍‌ଲ ପରସ୍ପରଙ୍କୁ କିସ୍‌ କରିବା ଦୃଶ୍ୟ ରହିଛି। ସ୍କଟଲ୍ୟାଣ୍ଡର ପ୍ରବକ୍ତା କହିଛନ୍ତି ଯେ ଏହି ଅସାମାଜିକ କାର୍ଯ୍ୟ ପାଇଁ ସ୍କଟଲ୍ୟାଣ୍ଡର ରେଳ ବିଭାଗ ଓ ବ୍ରିଟିଶ୍‌ ଟ୍ରାନ୍ସପୋର୍ଟ ପୁଲିସ ଯାଞ୍ଚ କରୁଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ଯାତ୍ରୀଙ୍କୁ ଭରସା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.