ବିଳମ୍ବିତ ରାତିରେ ଭୂମିକମ୍ପ, ନୂଆବର୍ଷରେ ଥରିଲା ଦିଲ୍ଲୀ…
1/01/2023 at 7:35 AM

ନୂଆଦିଲ୍ଳୀ, ୦୧/୦୧: ରବିବାର ବିଳମ୍ବିତ ରାତିରେ ଦିଲ୍ଳୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରାତି ପ୍ରାୟ ୧.୧୯ ସମୟରେ ୩.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭୂମିକମ୍ପର ଗଭୀରତା ୫ କିମି ରହିଥିବାବେଳେ ହରିୟାଣର ଝଜ୍ଜର ଭୂକମ୍ପର କେନ୍ଦ୍ର ଥିଲା। ସେପଟେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।
ଏହା ପୂର୍ବରୁ ୨୯ ନଭେମ୍ବରରେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୫ ରେକର୍ଡ ହୋଇଥିଲା। ନୂଆଦିଲ୍ଳୀର ପଶ୍ଚିମ ଅଞ୍ଚଳ ଭୂମିକମ୍ପର କେନ୍ଦ୍ର ଥିଲା। ଏହାର ଗଭୀରତା ୫ କିଲୋମିଟର ରହିଥିଲା। ନଭେମ୍ବର ୧୨ ନଭେମ୍ବରରେ ମଧ୍ୟ ଦିଲ୍ଳ-ଏନସିଆର ଏବଂ ଉତ୍ତରାଖଣ୍ଡରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।
Related Posts
ବିଜୁଳି ସଂଚୟ କରିବାକୁ ଯାଇ ହଜାର ହଜାର ଲୋକ ହରାଉଛନ୍ତି ପ୍ରାଣ: ରିପୋର୍ଟ
7 February 2023