ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପିଲା ବେଳେ ଲତା ଦିଦି ଦେଖିଥିଲେ ଏମିତି ସପ୍ନ, ପରେ ହୋଇଯାଇଥିଲା ସାକାର

6/02/2023 at 2:32 PM

ମୁମ୍ଵାଇ ୦୬।୦୨: ଭାରତର କୋକିଳ କଣ୍ଠି ତଥା ଭଏସ ଅଫ ଦ ମିଲେନିୟମ ଲତା ମଙ୍ଗେଶକରଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ୨୮ ସେପଟେମ୍ବର ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଲତା ମଙ୍ଗେସକର। ଗତବର୍ଷ ଆଜିର ଦିନରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେ ଆଉ ନାହାନ୍ତି ସତ ହେଲେ ଆଜି ବି ସମସ୍ତଙ୍କ ମନରେ ଅଛନ୍ତ । ଏବସ ତାଙ୍କ ସମସ୍ତ ଗୀତରେ ମଧ୍ୟ ଅମର । ୮ ଦଶନ୍ଧୀ ଧରି ପ୍ଲେ ବ୍ୟାକ୍ ସିଙ୍ଗର ଲତା ଦିଦିଙ୍କ ଲୋକପ୍ରିୟ ଗୀତରେ ଝୁମିଛନ୍ତି ଶ୍ରୋତା । ଆଜି ବି ତାଙ୍କ ପ୍ରତିଟି ଗୀତ ସମସ୍ତଙ୍କ ମୁହଁରେ ରହିଛି । ତେବେ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁଣି ମଡେ ପଡିଛନ୍ତି ।

लता मंगेशकर

ଯେତେବେଳେ ଲତା ଦିଦି ୨୦ ବର୍ଷରେ ହୋଇଥିଲେ। ସେ ଦିନକୁ ଛଅରୁ ଆଠଟି ଗୀତ ରେକର୍ଡ କରୁଥିଲେ । ପ୍ରତିଦିନ ଗୀତ ରେକର୍ଡିଂ କରିବା ପରେ କ୍ଳାନ୍ତ ହୋଇ ନିଜ କୋଠରୀରେ ଶୋଇବାକୁ ଯାଉଥିଲେ, ସେତେବେଳେ ସେ ଏକ ସ୍ୱପ୍ନ ଦେଖୁଥିଲେ। ଲତା ମଙ୍ଗେଶକର କ୍ରମାଗତ ଭାବରେ ଏହି ସ୍ୱପ୍ନ ଦ୍ୱାରା ବିଭ୍ରାନ୍ତ ହେଉଥିଲେ। ଏହା ପରେ ସେ ଏହି ସ୍ୱପ୍ନକୁ ନିଜ ମାତାଙ୍କୁ କହିଥିଲେ। ସେ ତାଙ୍କ ମାଆଙ୍କୁ କହିଥିଲେ ଯେ ସେ ସ୍ୱପ୍ନ ଦେଖନ୍ତି ଯେ ସେ ସକାଳେ ସମୁଦ୍ର ନିକଟରେ ଥିବା କଳା ପଥର ମନ୍ଦିରରେ ଏକାକୀ ଛିଡ଼ା ହୋଇଛନ୍ତି ଏବଂ ସେ ଜାଣନ୍ତି ଯେ ମନ୍ଦିର କେଉଁ ଦେବୀଙ୍କୁ ସମର୍ପିତ ।

Lata Mangeshkar Health Updates: 17 दिन बाद भी ICU में लता मंगेशकर, सेहत में  सुधार - lata mangeshkar bollywood singer health corona virus statement  doctor tmov - AajTak

ତାଙ୍କ ସ୍ୱପ୍ନକୁ ବର୍ଣ୍ଣନା କରି ଲତା ମଙ୍ଗେଶକର ତାଙ୍କ ମାତାଙ୍କୁ କହିଥିଲେ ଯେ ଯେତେବେଳେ ସେ ମନ୍ଦିର ନିକଟରେ ପହଞ୍ଚନ୍ତି, ସେତେବେଳେ ସେ ଦେଖୁଥଲେ ଯେ ମନ୍ଦିର ପଛରେ ମଧ୍ୟ ଏକ କବାଟ ଅଛି। ଯେତେବେଳେ ସେ ସେହି କବାଟ ଖୋଲିଲେ, କିଛି କଳା ପଥର ପାହାଚ ତଳକୁ ଯାଉଥିଲା, ଯେଉଁଥିରେ ରଙ୍ଗୀନ ଜଳ ଦେଖାଯାଉଥିଲା । ସେହି ସିଢିର ରଙ୍ଗୀନ ପାଣି ତାଙ୍କ ପାଦକୁ ସ୍ପର୍ଶ କରୁଥିଲା । ଏହି ସ୍ୱପ୍ନ ବିଷୟରେ ତାଙ୍କ ମାଆଙ୍କୁ କହିବା ପରେ ସେ ତାଙ୍କୁ ପଚାରିଲେ ଏହାର ଅର୍ଥ କ’ଣ?

Lata Mangeshkar: The Real Voice Of India, A True Legend Who Will Never Die,  She Always Remains In Our Heart | Lata Mangeshkar Biography: 5 हज़ार से भी  ज्यादा गाना गाने वाली

ତାଙ୍କ ମା ଉତ୍ତରରେ କହିଥିଲେ, ଲତା ଏହା ଭଗବାନଙ୍କ ଆଶୀର୍ବାଦ ଅଟେ। ଦେଖ, ଦିନେ ତୁମେ ବହୁତ ପ୍ରସିଦ୍ଧ ହେବ। ଏହା ପରେ ଲତା ଦିଦିଙ୍କ କଠିନ ପରିଶ୍ରମ ଏବଂ ସଂଘର୍ଷ ତାଙ୍କୁ ଏପରି ସ୍ଥିତିରେ ପହଞ୍ଚାଇ ଦେଇଥିଲା । ଏହା ପରଠାରୁ ସେ ଆଉ ପଛକୁ ଚାହିଁ ନଥିଲେ। ତାଙ୍କ ପିଲାଦିନରେ ତାଙ୍କ ମାଆଙ୍କ ଦ୍ଵାରା କୁହାଯାଇଥିବା ଶବ୍ଦଗୁଡ଼ିକ ସତ୍ୟ ହେଲା । ୨୦୦୧ ମସିହାରେ ଲତା ଦିଦିଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।

   Related Posts