ଋଷି କପୁରଙ୍କୁ ମନେ ପକାଇଲେ ଲତା ମଙ୍ଗେସକର : ‘୬ମାସର ଚିଣ୍ଟୁଙ୍କୁ କୋଳରେ ଧରିଥିଲି , ଏବେ ଦୁଃଖ ସହିହେଉନି’
30/04/2020 at 2:06 PM

ମୁମ୍ବାଇ ୩୦/୪: ମହାନ୍ ଗାୟିକା ଲତା ମଙ୍ଗେସକର ଋଷି କପୁରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ଋଷି କପୁରଙ୍କ ପିଲାଦିନର ଫଟୋ ମଧ୍ୟ ସେୟାର କରିଛନ୍ତି। ଲତାଜୀ ୨ଟି ଟ୍ବିଟ୍ କରିଛନ୍ତି। ପ୍ରଥମ ଟ୍ବିଟରେ ଲେଖିଛନ୍ତି- କ’ଣ କହିବେ? କ’ଣ ଲେଖିବେ କିଛି ବୁଝିପାରୁନାହାନ୍ତି। ଋଷିଙ୍କ ଦେହାନ୍ତରେ ତାଙ୍କୁ ବହୁତ ଦୁଃଖ ହୋଇଛି। ତାଙ୍କ ଯିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ କ୍ଷତି ପହଞ୍ଚିଛି। ଏହି ଦୁଃଖ ସହିବା ତାଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।
ଅନ୍ୟ ଟ୍ବିଟରେ ସେ ଫଟୋ ସେୟାର କରି ଲେଖିଛନ୍ତି- କିଛି ଦିନ ତଳେ ଋଷି ତାଙ୍କର ଏବଂ ମୋର ଫଟୋ ସେୟାର କରିଥିଲେ। ସେହି ସବୁ ଦିନ,ସବୁ କଥା ମନେ ପଡ଼ୁଛି। ମୁଁ ଶବ୍ଦହୀନ ହୋଇଯାଇଛି।