scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପତି ପାଇଁ ନୁହେଁ, ଦୈତାରୀଙ୍କଠୁ ପୁ୍ଅ ଲାଗି ପିତୃତ୍ବ ପରିଚୟ ଦାବୀ କଲେ ଲତା

6/11/2018 at 4:28 PM

ଭଦ୍ରକ ୬ |୧୧: ଯାତ୍ରା ଜଗତର ଟାଇଗର ଦୈତାରୀ ପଣ୍ଡା ଏବେ ଅଡୁଆରେ । ଯାତ୍ରା ଦୁନିଆର ନାଁ କରା ଅଭିନେତ୍ରୀ ଏବେ ତାଙ୍କ ପରକୀୟା ପ୍ରିତିର ଗୁମର ଖୋଲିଛନ୍ତି । ୨୮ ବର୍ଷ ତଳେ ଦୈତାରୀ ପଣ୍ଡା ବିବାହିତ ଥିଲେ ବି ତାଙ୍କୁ ପ୍ରମ କରିଥିଲେ ଓ ତାପରେ ଗାନ୍ଧର୍ବ ମତରେ ବିବାହ କରିଥିଲେ ବୋଲି  ନ୍ୟୁଜ୍ 7କ୍ୟାମରା ଆଗରେ କହିଥିଲେ ଲତା ।  ହେଲେ ଏହି କଥା କହିବା ପରେ ତାଙ୍କୁ େବେ ବେନାମୀ ଧମକ ମିଳୁଛି ବୋଲି କହିଛନ୍ତି । ଗାଡି ଚଢେଇ ମାରିଦେବାକୁ ଧମକ ମିଳୁଛି ବୋଲି ସେ କହିଛନ୍ତି ।

ନିଜ ପୁ୍ଅର ପିତୃପରିଚୟ ପାଇଁ  ଭଦ୍ରକ ଜିଲ୍ଲା ଜଜ୍ କୋର୍ଟ ପରିସରରେ ପହଂଚି ଓକିଲଙ୍କ ପାଖରେ ସବୁ ତଥ୍ୟ ପ୍ରମାଣ ରଖିଛନ୍ତି ଲତା ମଣ୍ଡଳ। ଯାତ୍ରା ଅଭିନେତା  ଦୈତାରୀ ପଣ୍ଡା, ତାଙ୍କ ସ୍ବାମୀ ଓ ତାଙ୍କଠାରୁ ପୁଅ ସୋମନାଥର ଜନ୍ମ ବୋଲି ଲତା ମଣ୍ଡଳ କହିଛନ୍ତି। ଗାଡି ଧକ୍କା ଦେଇ ତାକୁ ଜୀବନରୁ ମାରିଦବେ , ଏଭଲି ଧମକ ପୂର୍ଣ କଲ୍ ଲତାଙ୍କ ମୋବାଇଲକୁ ଆସୁଥିବା ନେଇ ସେ କହିଛନ୍ତି ।  

ଲତା ମଣ୍ଡଳ ହେଉଛନ୍ତି ସେହି ଚର୍ଚ୍ଚିତ ଅଭିନେତ୍ରୀ ଯିଏ 28 ବର୍ଷ ତଳେ  ତାରିଣୀ ଗଣନାଟ୍ୟର ନାଟକ- ‘ଜୀଅନ୍ତା ଶବ’ରେ ନାୟିକା ହେଉଥିଲେ । ଆଉ ସେହି ନାଟକ ଦର୍ଶକମାନଙ୍କ  ନିକଟରେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲା ।  ଦୈତାରୀ ପଣ୍ଡାଙ୍କୁ ସେହି ନାଟକ ମଧ୍ୟ ପରିଚୟ ଦେଇଥିଲା । ସେଇଠୁ ଦୁହିଁଙ୍କ ମଧ୍ୟରେ ପ୍ରେମ , ଆଉ  ତାପରେ ବିବାହ । ଦୁଇଟି ପିଲାର ମାଆ ବି ହଲେ ଲତା ମଣ୍ଡଳ । ବଡ ପୁଅ ମରି ଯାଇଛି । ଆଉ ସାନ ପୁଅ ସୋମନାଥକୁ ଏବେ ୨୩ ବର୍ଷ । ତବେ ପତି ପାଇଁ ନୁହେଁ, ପିତୃତ୍ବର ପରିଚୟ ପାଇଁ ସେ ଆଇନର ଆଶ୍ରୟ ନେଇଥିବା କହିଛନ୍ତି ଲତା । 

ଲତାଙ୍କ ପୁଅ ସୋମନାଥ ପଣ୍ଡା , ତାଙ୍କର ଏକା’ ଜିଦ୍ ତାଙ୍କ ବାପା ଦୈତାରୀ ପଣ୍ଡା ତାଙ୍କୁ ପୁଅ ବୋଲି ସାମାଜିକ ସ୍ବୀକାର ଦିଅନ୍ତୁ । ବାଲ୍ୟକାଳରେ ବାପାର ସ୍ନେହ ତ ପାଇ ନାହିଁ କିନ୍ତୁ ସାମାଜିକ ପରିଚୟ ପାଇବା ପାଇଁ ସେ ଲଢେଇ ଜାରି ରଖିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ସୋମନାଥ ।

ସେହିପରି ଲତାଙ୍କ ପାଖରେ ଥିବା ପରିଚୟ ପତ୍ର, ଜମି ପଟା, 23 ବର୍ଷ ତଳର ଏଲଆଇସି ବଣ୍ଡ ଓ ପୁଅ ସୋମନାଥର ଜନ୍ମ ସାର୍ଟିଫିକେଟ, ମ୍ୟାଟ୍ରିକ ସାର୍ଟିଫିକେଟ ଭଳି କାଗଜ ପତ୍ର କୋର୍ଟରେ ରଖାଯିବ ବୋଲି ତାଙ୍କ ଓକିଲ କହିଛନ୍ତି ।  ବରିଷ୍ଠ ଆଇନଜୀବୀ ଗଦାଧର ବଳ ଅଦାଲତରେ ଲତାଙ୍କ ତରଫରୁ ମାମଲା ପରିଚାଳନା କରିବେ ।

   Related Posts