ନୂଆଦିଲ୍ଲୀ ୨୩।୦୧ - ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଜଣ ଦୋଷୀଙ୍କୁ ଫେବ୍ରୁଆରୀ ୧ ତାରିଖ ଦିନ ଫାଶୀ ଦିଆଯିବ । ତିହାର ଜେଲ୍ରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତମ ପର୍ଯ୍ୟାୟରେ ପହଞ୍ଚିଛି । ଫାଶୀ ଦେବା ପାଇଁ ଦୋଷୀମାନଙ୍କୁ ଅନ୍ତିମ ଇଚ୍ଛା ପଚାର ଯାଇଛି ।
{"id":196842,"sizeSlug":"large"}
ଏଥିରେ ସେମାନେ ଅନ୍ତିମ ଥର ପାଇଁ କାହାକୁ ଦେଖା କରିବାକୁ ଚାହୁଁଛନ୍ତି । ନିଜ ନାମରେ ଥିବା ସମ୍ପତ୍ତି କାହା ନାମରେ କରିବାକୁ ଚାହୁଛନ୍ତି । କିମ୍ବା ବ୍ୟାଙ୍କରେ ଥିବା ଟଙ୍କା କାହାକୁ ଦେବାକୁ ଚାହୁଁଛନ୍ତି । ଏନେଇ ସେମାନଙ୍କୁ ପ୍ରଶ୍ନ ପଚରାଯାଇଥିଲା ।
ନିର୍ଭୟା ମାମଲାରେ ଫାଶୀ ଦେବା ପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ଜେଲ୍ରେ ଏବେ ଫାଶୀ ଦଉଡି ସହ ଘାତକଙ୍କୁ ପ୍ରସ୍ତୁତ କରି ରଖାଯାଇଛି ।
ଫାଶୀ ଦଉଡିରେ ଲହୁଣୀ ଲଗାଯାଇଛି। ତିହାର ଜେଲ୍ ପ୍ରଶାସକ ନୋଟିସ୍ ଜାରି କରି ଅନେକ ପ୍ରଶ୍ନ ପଚାରିଛନ୍ତି ।
ଜେଲ୍ ମାନୁଆଲ୍ ଅନୁସାରେ ମୃତ୍ୟୁ ଦଣ୍ଡ ପାଇଥିବା ଏହି ଦୋଷୀମାନଙ୍କୁ ଫାଶୀ ପୂର୍ବରୁ ଅନ୍ତିମ ଇଚ୍ଛା ପଚରାଯାଇଥାଏ । ଜେଲ୍ ମାନୁଆଲ୍ରେ ଥିବା ଇଚ୍ଛା ଅନୁସାରେ ସେମାନଙ୍କର ଅନ୍ତିମ ଇଚ୍ଛାକୁ ପୂରଣ କରାଯାଇଥାଏ ।
ସେମାନେ ତାଙ୍କ ସମ୍ପତ୍ତି କିମ୍ବା ବ୍ୟାଙ୍କରେ ଥିବା ଟଙ୍କା ପାଇଁ କାହାକୁ ନୋମିନି କରିବା ପାଇଁ ଚାହୁଛନ୍ତି । କାହାକୁ ସନ୍ତାନ ରୂପେ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି ,କୌଣସି ଧାର୍ମିକ କିମ୍ବା ମନପସନ୍ଦ ବହି ପଢିବା ପାଇଁ ଚାହୁଛନ୍ତି ବୋଲି ପଚାରାଯିବ ।
{"id":208383,"sizeSlug":"large"}ଯେଉଁ ଇଚ୍ଛାକୁ ପୂରଣ କରାଯାଇପାରିବ ସେହି ଇଚ୍ଛା ବିଷୟରେ ପଚାରା ଯାଇଥାଏ । କେନ୍ଦ୍ର ସରକାର ଫାଶୀ ପାଇଁ ଦିଆଯାଇଥିବା ଗାଇଡ୍ ଲାଇନ୍ରେ କେବଳ ଦୋଷୀମାନଙ୍କର ହିତ କଥା ଉଲ୍ଲେଖ କରାଯାଇଥିବା କୁହାଯାଇଛି।
ଏଥିରେ ଦୋଷୀମାନଙ୍କ ହିତ କଥା କୁହାଯାଇଛି ପୀଡିତାଙ୍କର ନୁହେଁ ବୋଲି କୁହାଯାଇଛି ।
୨୦୧୪ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦେଶାବଳୀ ବା ଗାଇଡ୍ଲାଇନ୍ ଯେଉଁଥିରେ ଶତ୍ରୁଘ୍ନ ଚୌହାନ ଓ ସରକାରଙ୍କ ମଧ୍ୟରେ ମାମଲା ଚାଲିଥିଲା ସେ ବିଷୟ ଉଲ୍ଲେଖ କରିଛନ୍ତି ।
ଦୁଇ ପକ୍ଷ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ସରକାର ଏଥିରେ ଦର୍ଶାଇଛନ୍ତି । ରାଷ୍ଟ୍ରପତିଙ୍କ ଦ୍ୱାପା ରାଜକ୍ଷମା ଆବେଦନ ଖାରଜ ହେବାର ୭ ଦିନ ମଧ୍ୟରେ ଫାଶୀ ଦେଇ ଦିଆଯିବା ଉଚିତ୍ ବୋଲି ପାଇଁ ସରକାର କହିଛନ୍ତି ।