କେନ୍ଦୁଝର ଜିଲ୍ଲା ଗସ୍ତ କଲେ ନୀତି ଆୟୋଗ, କ୍ଷେତ୍ର ପରିଦର୍ଶନ କରି ପରଖିଲେ ଉନ୍ନୟନମୂଳକ କାମ

Published By : Prameya-News7 Bureau | December 13, 2022 IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତରେ ନୀତି ଆୟୋଗର ତିନି ଜଣିଆ ଟିମ କେନ୍ଦୁଝର ଜିଲ୍ଲା ଗସ୍ତ କରି ଦୁର୍ଗମ ଅଞ୍ଚଳର ଉନ୍ନୟନମୂଳକ କାମ ପରଖିଛନ୍ତି। ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ  ରହିବା ପରେ ଶନିବାର ସକାଳେ ହେଲିକପ୍ଟର ଯୋଗେ ଗୋନାସିକ ହାଇସ୍କୁଲ ଗ୍ରାଉଣ୍ଡରେ ଓହ୍ଲାଇଥିଲେ। ସେଠାରେ ଗୋନାସିକା ହାଇସ୍କୁଲର  ଅନ୍ତେବାସୀଙ୍କ ସହିତ ସ୍ମାର୍ଟ କ୍ଳାସରୁମ, ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ଜୁଆଙ୍ଗ ଏବଂ ଘୁଙ୍ଗି ଗାଁ ଗସ୍ତ କରିଥିଲେ।  

{"id":720805,"sizeSlug":"full","linkDestination":"none"}

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ନୀତି ଆୟୋଗଙ୍କ ପ୍ରତିନିଧି ଦଳକୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।  କେନ୍ଦ୍ର ସରକାର ବିଶେଷ କରି କେନ୍ଦୁଝର ଜିଲ୍ଲାର ଆଦିମ ଜନଜାତୀ ଜୁଆଙ୍ଗଙ୍କ ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି  ଯାହାକୁ ନେଇ ନୀତି ଆୟୋଗ ଏକ ଟିମ କେନ୍ଦୁଝର ଜୁଆଙ୍ଗଙ୍କ ସମସ୍ୟା ଜାଣିବାକୁ ପଠାଇଥିଲେ। ଜୁଆଙ୍ଗ ପରେ ନୀତି ଆୟୋଗ ଟିମ୍ ଜିଲ୍ଲାର ବାଂଶପାଳ ବ୍ଲକ କୋଡିପୋଷା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ  ଘୁଙ୍ଗି ପରିଦର୍ଶନ କରିଥିଲେ। ଘୁଙ୍ଗି ଅଞ୍ଚଳରେ ଥିବା କ୍ଷୁଦ୍ର ଜଳସେଚନ , ଜୀବିକା ମିଶନ ଦ୍ୱାରା କାର୍ୟ୍ଯକାରୀ  ପ୍ରକଳ୍ପ ପରିଦର୍ଶନ ପରେ  ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗ୍ରାମବାସୀ ତଥା ଜୁଆଙ୍ଗଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଯାଇଥିଲେ। ସେଠାରେ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ଦେଖିଥିଲେ। ଜନଜାତିଙ୍କ ଶିକ୍ଷାକୁ ନେଇ ଏହି ଅଭିନବ ପ୍ରୟାସକୁ ଦଳ ପ୍ରଶଂସା କରିଛନ୍ତି।

{"id":720806,"sizeSlug":"full","linkDestination":"none"}

ଏହା ପରେ ଟିମ୍  ପିଭିଟିଜି ପିଲାଙ୍କ ପାଇଁ କୁଣ୍ଢେଇ ଗାଁରେ ସ୍ଥିତ କ୍ରେଚ୍ ସେଟ୍‌ଅପ୍ ପରିଦର୍ଶନ କରି ଜିଲ୍ଲା ମୁଖ୍ୟାଳୟକୁ ଫେରିଥିଲେ। ଜିଲ୍ଲାସ୍ତରରେ ଦଳ ଟ୍ରାଇବାଲ୍ ରିସୋର୍ସ ସେଣ୍ଟର(ଟିଆରସି)  ପରିଦର୍ଶନ କରି ଜନଜାତି ଲାଇବ୍ରେରୀର ଉଦଘାଟନ କରିଥିଲେ। ନୀତି ଆୟୋଗର ତିନି ଜଣିଆ ଟିମ ରେ ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ( ସି ଇ ଓ) ପରମେଶ୍ୱର ଆୟାର,ନୀତି ଆୟୋଗର ନିର୍ଦେଶକ ଅମିତ ବର୍ମା ଏବଂ ଆୟୋଗର ବରିଷ୍ଠ ଅଧିକାରୀ ଅକ୍ଷୟ ରାଉତ,ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନ ର ପ୍ରଦୀପ ଜେନା,କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ବ୍ୟାପାର ମନ୍ତ୍ରାଳୟର ସଚିବ, ଓପେଲିପିର ନିର୍ଦେଶକ,ସରକାର ଙ୍କର ବରିଷ୍ଠ ଅଧିକାରୀ ଙ୍କ ସହ କେନ୍ଦୁଝର ଜିଲ୍ଲାପାଳ ଏହି ଗସ୍ତରେ ସାମିଲ ଥିଲେ। ଜିଲ୍ଲାରେ DMF ଅର୍ଥରେ ଜନଜାତୀଙ୍କ ପାଇଁ ହୋଇଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ପ୍ରଶାସନର କାମକୁ ପ୍ରଶଂସା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.