ଶେଷ ସମୟରେ ହସିହସି ମୃତ୍ୟୁ ସହ ଲଢୁଥିଲେ ଋଷି କପୁର, ଭାଇରାଲ ହେଉଛି ଭିଡିଓ, କେତେ ରହିଛି ସତ୍ୟତା ?

Published By : Prameya-News7 Bureau | April 30, 2020 IST

ନୂଆଦିଲ୍ଲୀ, ୩୦|୦୪: ବଲିଉଡ ଅଭିନେତା ଋଷି କପୁର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ଶୋକପ୍ରକାଶ କରିଛନ୍ତି । ଏହା ମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଋଷି ଗୀତ ଶୁଣୁଥିବା ଦେଖିବାକୁ ମିଳିଛି । ଏହାସହ ଭିଡିଓ ଶେଷରେ ଋଷି କପୁର ନିକଟରେ ଉପସ୍ଥିତ ଥିବା ଜଣେ ଯୁବକଙ୍କୁ ଆଶୀର୍ବାଦ ମଧ୍ୟ ପ୍ରଦାନ କରୁଛନ୍ତି ।

{"id":262659,"width":685,"height":462,"sizeSlug":"large"}

ଭିଡିଓରେ ଋଷି ହସ୍ପିଟାଲ ବେଡରେ ଶୋଇଛନ୍ତି । ଏହାସହ ସେଠାରେ ଜଣେ ମେଡିକାଲ କର୍ମଚାରୀଙ୍କୁ ସେଲ୍ଫି ଭିଡିରେ ଗୀତ ଶୁଣିବା ସହ ଭିଡିଓ କରୁଛନ୍ତି । ଏହି ଭିଡିଓରେ ଯୁବକଜଣଙ୍କ ତେରେ ଦର୍ଦସେ ଦିଲ୍ ଆବାଦ ରହା, କୁଛ ଭୁଲ ଗୟେ ଗୀତ ଗାଉଥିବା ନଜର ଆସିଛନ୍ତି । ଏହି ଗୀତକୁ ଋଷି ଅତି ଆନନ୍ଦର ସହ ଶୁଣୁଛନ୍ତି । ଏହି ଭିଡିଓରେ ଋଷିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ଦେଖିବାକୁ ମିଳିଛି । ଗୀତ ଶୁଣି ଋଷି ଯୁବକଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଛି ।

wp:core-embed/instagram {"url":"https://www.instagram.com/p/B_mcx3eFNnz/?utm_source=ig_embed\u0026utm_campaign=loading","type":"rich","providerNameSlug":"instagram","className":""}
https://www.instagram.com/p/B_mcx3eFNnz/?utm_source=ig_embed&utm_campaign=loading
/wp:core-embed/instagram

ଯୁବକଙ୍କୁ ଆଶୀର୍ବାଦ ଦେଇ ଋଷି କହିଛନ୍ତି ଯେ, ପରିଶ୍ରମ କରନ୍ତୁ । ପରିଶ୍ରମ କଲେ ହିଁ ସମସ୍ତ ଫଳ ମିଳିବ । ପରିଶ୍ରମ ସହ ଭାଗ୍ୟ ସାଥ୍ ଦେଲେ ସବୁ ହାସଲ କରିହେବ । ତେବେ ଏହି ଭିଡିଓଟି ୨ ମାସ ତଳର ବୋଲି ଜଣାପଡିଛି । ଯାହା ଏବେ ଭାଇରାଲ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.