ନମିତା ଦେଲେ ମୁଖାଗ୍ନି

Published By : Prameya-News7 Bureau | August 17, 2018 IST

ଅଟଳବିହାରୀ ବାଜପେୟୀ । ସାରା ଜୀବନକୁ ଦେଶ , ଗଣତନ୍ତ୍ର ପାଇଁ ଉତ୍ସର୍ଗ କରିଦେଇ ଥିବା ମହାନ ନେତାଙ୍କର ନିଜ ପାଇଁ ବୋଧହୁଏ ସମୟ ନଥିଲା । ସବୁଥିରେ ସେ ଅଟଳ ଥିଲେ ବି ଥିଲେ ସେ ସାଧାରଣ ।ରାଜନୀତି ପରେ ତାଙ୍କ ପ୍ରେମ ଥିଲା କବିତା , କିନ୍ତୁ ଅବିବାହିତ ଥିଲେ ଏହି ମହାନ ରାଷ୍ଟ୍ର ନେତା । ସାତ ଭାଇ ଭଉଣୀର ପରିବାରରୁ ଆସିଥିବା ଅଟଳ ଚିର କୁମାର ଥିଲେ । ତେବେ ସେ ତାଙ୍କ ସହପାଠିନୀ ରାଜକୁମାର କାଉଲଙ୍କ ଝିଅ ନମିତାଙ୍କୁ ପୋଷ୍ୟକନ୍ୟା କରିଥିଲେ । ରାଜକୁମାରୀ କାଉଲ ଏବଂ ପ୍ରଫେସର ବ୍ରିଜ ନାରାୟଣ କାଉଲଙ୍କ ଝିଅ ନମିତାଙ୍କ ପୁରା ନାମ ନମିତା କାଉଲ ଭଟ୍ଟାଚାର୍ୟ୍ୟ । ଡାକ ନାମ ତାଙ୍କର ଗୁନୁ ।ସେ କିଛି ଦିନ ପ୍ରାଥମିକ ସ୍କୁଲ ଶିକ୍ଷୟତ୍ରୀ ମଧ୍ୟ ଥିଲେ । ନମିତାଙ୍କର ଜଣେ ଭଉଣୀ ଅଛନ୍ତି । ତାଙ୍କ ନାମ ନନ୍ଦିତା କାଉଲ । ନମିତାଙ୍କ ସ୍ୱାମୀ ରଞ୍ଜନ ଭଟ୍ଟାଚାର୍ଯ୍ୟ । ଶ୍ବଶୁର ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ରଞ୍ଜନ ଥିଲେ ପିଏମଓର ସ୍ୱତନ୍ତ୍ର ଅଧିକାରୀ । ଏପରିକି ସେତେବେଳେ ପ୍ରଶାସନ ଉପରେ ତାଙ୍କର ପ୍ରଭାବ ନେଇ ଚର୍ଚ୍ଚା ବି ହୋଇଛି ।ନମିତା ଓ ରଞ୍ଜନଙ୍କର ଜଣେ ଝିଅ ଅଛନ୍ତି । ତାଙ୍କ ନାମ ନିହାରିକା । ନମିତା ଓ ତାଙ୍କ ସ୍ୱାମୀ ଏବଂ ଝିଅ ଅଧିକାଂଶ ସମୟରେ ବାଜପେୟୀଙ୍କ ସହ ରହୁଥିଲେ ।ନମିତାଙ୍କ ମାଆ ରାଜକୁମାର କାଉଲ ଓ ତାଙ୍କ ସ୍ୱାମୀ ପ୍ରଫେସର ବି.ଏନ.କାଉଲଙ୍କ ସହ ବାଜପେୟୀଙ୍କ ସଂପର୍କ ଅତି ଘନିଷ୍ଠ । ବାଜପେୟୀ ଏବଂ ରାଜକୁମାରୀ ଗ୍ୱାଲିୟର ସ୍ଥିତ ଭିକ୍ଟୋରିଆ କଲେଜରେ ଏକାଠି ପାଠ ପଢୁଥିଲେ । ବିଏନ୍ କାଉଲ ଥିଲେ ଦର୍ଶନ ପ୍ରଧ୍ୟାପକ । ୯୦ ଦଶକରେ ବାଜପେୟୀଙ୍କ ପ୍ରଚାରରେ ବିଏନ କାଉଲ ପ୍ରମୂଖ ଭୂମିକା ନେଇଥିଲେ । ତେବେ ବିଏନ କାଉଲଙ୍କ ମଡତ୍ୟୁ ପରେ ରାଜକୁମାରୀ ଓ ତାଙ୍କ ପରିବାରର ଦାୟିତ୍ୱ ନେଇଥିଲେ ବିଜପେୟୀ । ୨୦୧୪ ରେ ହୃଦଘାତରେ ରାଜକୁମାରୀଙ୍କ ମୃତ୍ୟୁ ହୋଇସାରିଛି । ରାଜକୁମାରୀ ଜଣେ ସ୍ନେହଁଶୀଳା ଏବଂ ପରୋପକାରୀ ମହିଳା ଥିଲେ ବୋଲି କୁହନ୍ତି ସୁଷମା ସ୍ବରାଜ ଏବଂ ବହୁ ବିଜେପି ନେତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.