ପାଳିତ ପକ୍ଷୀ ପ୍ରତି ସମ୍ମାନ- ନବରଙ୍ଗପୁରରେ ଶୁଆର ଦ୍ୱାଦଶହ ପାଳନ

Published By : Prameya-News7 Bureau | November 24, 2019 IST

ଉମରକୋଟ ୨୪।୧୧ -  ଶୁଆର ଦ୍ବାଦଶ ପାଳନ । ହିନ୍ଦୁ ରୀତି ନୀତି ଅନୁସାରେ ପୋଷା ଶୁଆର ଦ୍ବାଦଶ ପାଳନ କରିଛନ୍ତି ଘର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଉମରକୋଟରେ । ୩୫ ବର୍ଷ ହେଲା ଶୁଆଟି ଦାମୋଦର ନାୟକଙ୍କ ପରିବାରର ସଦସ୍ୟ ଥିଲା ।ତାର ମୃତ୍ୟୁ ପରେ ତାର ଦାହ ସଂସ୍କାର କରିବା ସହ ଦ୍ବାଦଶ ପାଳନ କରିଛନ୍ତି ପରିବାର ଲୋକେ ।

{"id":189336,"sizeSlug":"large"}

ସେ କେବଳ ଶୁଆଟିଏ ନଥିଲା । ସେ ଥିଲା ଘରର ସଦସ୍ୟ । ଘରର ସୁଖ ଦୁଃଖ ସହ ଗଲା ୩୫ ବର୍ଷ ହେଲା ସାମିଲ ଥିଲା ଚୁମୁକି । ଆଉ ତାରି ମୃତ୍ୟୁରେ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିଛନ୍ତି ପରିବାର ଲୋକେ । ଚୁମୁକିର ମୃତ୍ୟୁକୁ ଆଜିକୁ ୧୨ ଦିନ ପୁରିଛି । ତେଣୁ ହିନ୍ଦୁ ରୀତି ନୀତି ଅନୁସାରେ ତାର ଦ୍ବାଦଶ ଉମରକୋଟ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳନ କରିଛନ୍ତି ତାକୁ ପାଳି ପୋଷି ରଖିଥିବା ନାୟକ ପରିବାର ।ଚୁମୁକିର ଫୋଟ ଚିତ୍ର ରେ ଫୁଲମାଳ, ଧୂପ ଦୀପ ଦେଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କେବଳ ସେତିକି ନୁହେଁ ପରିବାର, ଜ୍ଞାତି କୁଟୁମ୍ବ, ସଂପର୍କୀୟଙ୍କୁ ଦ୍ବାଦଶ ଅବସରରେ ପ୍ରସାଦ ସେବନ ସହ ବ୍ରାହ୍ମଣଙ୍କୁ ଲୁଗା ଓ ଦକ୍ଷିଣା ଦିଆଯାଇଛି । ଏହି ଅବସରରେ ଚୁମୁକିର ମନ ପସନ୍ଦ ଚଣା ତରକାରୀ ସହ ଘାଣ୍ଟ ଭଜା ଖଟା ରୋଷେଇ କରାଯାଇଥିଲା ।

{"id":189337,"sizeSlug":"large"}

୧୯୮୪ ଅକ୍ଟୋବର ୩୦ ରେ ଉମରକୋଟର ଦାମୋଦର ନାୟକ ୫ ୬ ଦିନର ଛୋଟ ଶୁଆଟିକୁ ଘରକୁ ଆଣିଥିଲେ । ପରିବାର ଲୋକେ ସ୍ନେହରେ ତାର ନାଁ ଦେଇଥିଲେ ଚୁମକି । ସେହିଦିନ ଠାରୁ ଘରର ଜଣେ ସଦସ୍ୟ ଭାବେ ରହି ଆସୁଥିଲା ଚୁମୁକି । ଗତ ୧୩ ତାରିଖରେ ୩୫ ବର୍ଷ ବୟସରେ ଚୁମୁକିର ମୃତ୍ୟୁ ହୋଇଥିଲା । ପରିବାରର ସଦସ୍ୟ ଭଳି ହିନ୍ଦୁ ରୀତି ନୀତି ଅନୁସାରେ ଚୁମୁକିର ଶବ ସତ୍କାର କରାଯାଇଥିଲା

ଏବେକାର ଅନେକ ଲୋକେ ଜୀବ ଜନ୍ତୁଙ୍କୁ ପ୍ରତି ସମ୍ବେଦନହୀନତା ଦେଖାଉଥିବା ବେଳେ ଶୁଆ ଚୁମୁକି ପ୍ରତି ନାୟକ ପରିବାରର ଏଭଳି ସମ୍ମାନ ପ୍ରଦର୍ଶନ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ନିଶ୍ଚିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.