କୁନ୍ଦୁଲି ଛାତ୍ରୀ ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ଆଜି ଶେଷ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ
19/08/2018 at 6:16 AM

କୋରାପୁଟ୧୯/୮:କୁନ୍ଦୁଲି ଛାତ୍ରୀ ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ଆଜି ଶେଷ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ହେବ। ଆଜି କଟକ ଏସସିବିରେ ପୀଡିତାକୁ ଚିକିତ୍ସା କରୁଥିବା ଡାକ୍ତର ପ୍ରମୋଦ କୁମାର ପାଢୀ ପକ୍ଷ ରଖିବେ । କମିଶନଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ପକ୍ଷ ରଖିବେ। ପୂର୍ବରୁ ୬ଟି ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ୧୪ ଜଣ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ପୀଡିତାଙ୍କ ପରିବାର ବି କମିଶନଙ୍କ ନିକଟରେ ହାଜର ହୋଇଥିଲେ। ଆସନ୍ତା ମାସ ୨୫ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ଵେଳେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।