ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତରେ ୫ବର୍ଷରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଜାଣନ୍ତୁ

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ ୫।୩: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତକୁ ନେଇ ବିରୋଧୀ ଅନେକ ସମୟରେ ପ୍ରଶ୍ନ ଉଠାଇଛନ୍ତି। ଏହି ଗସ୍ତରେ ହେଉଥିବା ଖର୍ଚ୍ଚକୁ ସରକାରଙ୍କୁ ସବୁବେଳେ ଟାର୍ଗେଟ କରାଯାଇଥାଏ । ଏଭଳି ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ମୋଟ୍ ୪୪୬.୫୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

{"id":232126,"sizeSlug":"large"}

ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.ମୁରଲୀଧରନ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଚାର୍ଟାର୍ଡ ​​ବିମାନର ମୂଲ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଗୃହ ବିଭାଗର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଦ୍ବାରା ସଂସଦରେ ଉପସ୍ଥାପିତ ହୋଇଥିବା ଆକଳନ ଅନୁଯାୟୀ, ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ମୋଟ୍ ୧୨୧.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୬-୧୭ ମସିହାରେ ଏହି ପରିଦର୍ଶନ ପାଇଁ ୭୮.୫୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

{"id":205516,"width":578,"height":367,"sizeSlug":"large"}

ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ୍ ୯୯.୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୮-୧୯ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ୧୦୦.୦୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାସହ ଚଳିତ ଆର୍ଥିକ ବର୍ଷର ୨୦୧୯-୨୦ରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ମୋଟ୍ ୪୬.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

{"id":176401,"sizeSlug":"large"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ଯେ, ସେ ଚଳିତ ବର୍ଷ କୌଣସି ହୋଲି ସମାରୋହରେ ଅଂଶଗ୍ରହଣ କରିବେ ନାହିଁ । ବିଶେଷଜ୍ଞଙ୍କ ପରାମର୍ଶ ପରେ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି।

{"id":182951,"width":578,"height":368,"sizeSlug":"large"}

କରୋନା ଭାଇରସ୍ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ ରେ ଲେଖିଛନ୍ତି, ‘ସମଗ୍ର ବିଶ୍ବର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାମିଲ ହୁଅନ୍ତୁନାହିଁ, ଫଳରେ କରୋନା ଭାଇରସର ପ୍ରଭାବ ବ୍ୟାପିବ ନାହିଁ। ତେଣୁ ଚଳିତବର୍ଷ ମୁଁ କୌଣସି ହୋଲି ସମାରୋହରେ ଅଂଶଗ୍ରହଣ କରିବି ନାହିଁ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.