ସହିଦ ସପ୍ତାହର ଶେଷ ଦିନରେ ସ୍ଥିତି ଜାହିର କଲେ ମାଓବାଦୀ

Published By : Prameya-News7 Bureau | August 03, 2018 IST

ସହିଦ ସପ୍ତାହର ଶେଷ ଦିନରେ ବ୍ୟାନର ଓ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଛନ୍ତି କାଲିମେଳା ଆଞ୍ଚଳିକ କମିଟି ସିପିଆଇ ମାଓବାଦୀ । କୁର୍ବାନୁର ପଞ୍ଚାୟତକୁ ଯିବା ରାସ୍ତାରେ ମାଓବାଦୀମାନେ ପାଳିଛନ୍ତି ସହିଦ ସପ୍ତାହ । ସହିଦଙ୍କ ସ୍ତୁପ ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେବା ସହ ବିଭିନ୍ନ ସ୍ଥାନରେ ତେଲଗୁ ଭାଷାରେ ବ୍ୟାନର ଏବଂ ପୋଷ୍ଟର ମାରିଛନ୍ତି ।ଲଢେଇ ବିନା ଗରିବଙ୍କୁ ଜଙ୍ଗଲ, ଜମି ଓ ପାଣି ଉପରେ ଅଧିକାର ନାହିଁ ।ବିନା ଲଢେଇରେ ଶୋଷଣ ବନ୍ଦ ହେବ ନାହିଁ । ସମସ୍ତେ ଏକତ୍ରିତ ହୋଇ ହକ୍ ପାଇଁ ଲଢିବାକୁ ଆହ୍ବାନ ଦିଆଯାଇଛି । ଅଘଟଣ ଆଶଙ୍କାରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.