LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗୁଗଲ୍‌ର ବଡ ଘୋଷଣା: ଆସନ୍ତାକାଲି ଠାରୁ ବ୍ୟବହାର କରିପାରିବେନି ଏହି ଫ୍ରି ସର୍ଭିସ୍, ଲାଗିବ ଚାର୍ଜ

30/09/2020 at 1:25 PM

ନୂଆଦିଲ୍ଲୀ ୩୦/୦୯ : କରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ୍ ପାଇଁ ଅଧିକାଂଶ କର୍ମଚାରୀ ଘରୁ କାମ କରୁଥିଲେ । ୟୁଜର୍ସଙ୍କୁ କାମ କରିବାରେ ଯେପରି କିଛି ସମସ୍ୟା ନ ହୁଏ ସେଥିପାଇଁ ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ଗୁଗଲ୍ ନିଜର Google Meet ସର୍ଭିସ୍ ସମ୍ପୂର୍ଣ ଫ୍ରି କରିଦେଇଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ଏକ ବଡ ନିଷ୍ପତ୍ତି ନେଇଛି । ଗୁଗଲ୍ ନିଜର ଭିଡିଓ କନଫରେନସିଂ ଆପ ଗୁଗଲ୍ ମିଟ୍ କୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛି । ଗୁଗଲ୍ ବର୍ତ୍ତମାନ  ଗୁଗଲ୍ ମିଟ୍ ର ଫ୍ରି ଭର୍ସନ ବନ୍ଦ କରିବାକୁ ଯାଉଛି । ଆଜି ଏହାର ଶେଷ ତାରିଖ ।

୨୦୨୦ ସେପ୍ଟେମ୍ବର ୩୦ ତାରିଖ ପରେ ଗୁଗଲ୍ ମିଟ୍ କୁ ଫ୍ରିରେ କେବଳ ୬୦ ମିନିଟ୍ ବ୍ୟବହାର କରାଯାଇପାରିବ । ୬୦ ମିନିଟ୍ ପରେ ୟୁଜର୍ସଙ୍କୁ ଟଙ୍କା ଦେବାକୁ ହେବ । ଅର୍ଥାତ କେବଳ ପେଡ୍ ୟୁଜର୍ସ ହିଁ ଅଧିକ ସମୟ ମିଟିଂ କରିପାରିବେ ଏବଂ ଅନ୍ୟମାନଙ୍କୁ ପୂର୍ବ ଭଳି ଅନଲିମିଟେଡ୍ ଭିଡିଓ ମନିଟରିଂ ଅପ୍ସନ୍ ମିଳିବନାହିଁ ।

ସୂଚନା ଅନୁଯାୟୀ ୩୦ ତାରିଖ ପରେ ଗୁଗଲ୍ ମିଟ୍ ର ନୂଆ ପଲିସୀ ଉଭୟ G Suite ଓ G Suite Education ଉପରେ ଲାଗୁ ହେବ। ଚଳିତ ବର୍ଷ ଆରମ୍ଭରେ ଗୁଗଲ୍ ସୂଚନା ଦେଇଥିଲା ଯେ ମିଟ୍ ଆପରେ ଭିଡିଓ କଲିଂ ପାଇଁ ସମୟସୀମା ୬୦ ମିନିଟ୍ ରହିବ। କିନ୍ତୁ କରୋନା ମହାମାରୀ ଯୋଗୁଁ ୱାର୍କ ଫ୍ରମ୍ ହୋମ୍ ଓ ମିଟିଂ ପାଇଁ, ଛାତ୍ରଛାତ୍ରୀ ଅନଲାଇନ କ୍ଲାସ ପାଇଁ ଗୁଗଲ୍ ମିଟ୍ ବ୍ୟବହାର କରୁଥିଲେ। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଗୁଗଲ୍ ମିଟ୍ ଆପକୁ ଫ୍ରି କରିଥିଲା ।

ସୂଚନାଯୋଗ୍ୟ ଯେ, G Suite ରେ ୨୫୦ ଜଣ ଏକାଥରେ ଭିଡିଓ କନଫରେନସିଂ କରିପାରିବେ ଏବଂ ଏକ ଲକ୍ଷ ଲୋକ ଲାଇଭ୍ ଦେଖି ପାରିବେ । ତାଛଡା ମିଟିଂକୁ ରେକଡିଂ କରି ଗୁଗଲ୍ ଡ୍ରାଇଭରେ ସେଭ୍ ମଧ୍ୟ କରାଯାଇପାରେ । ଭିଡିଓ କନଫରେନସିଂ ଆପ Zoom ରେ ୟୁଜର୍ସଙ୍କୁ ୪୫ ମିନିଟ୍ ପାଇଁ ଭିଡିଓ କଲ୍ ଆକ୍ସେସ୍ ମିଳିଥାଏ । କିନ୍ତୁ ଗୁଗଲ୍ ମିଟ୍ ଆପ୍ ଏବେ ମଧ୍ୟ ୟୁଜର୍ସଙ୍କୁ ୬୦ ମିନିଟ୍ ଆକ୍ସେସ୍ ଦେବ ।

   Related Posts