suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜଧାନୀରେ କରୋନା ପ୍ରକୋପ: ଆଜି ସଂକ୍ରମିତଙ୍କୁ ଟପିଲା ସୁସ୍ଥ ସଂଖ୍ୟା, ଚିହ୍ନଟ ହେଲେ ୩୨୬, ଆରୋଗ୍ୟ ହୋଇ ଘରକୁ ଫେରିଲେ ୩୯୨

25/09/2020 at 6:57 PM

ଭୁବନେଶ୍ଵର ୨୫।୦୯: ରାଜ୍ୟରେ କରୋନାର କାୟା ବିସ୍ତାର ଜାରି ରହିଛି। ଦିନକୁ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷ କରି ଖୋର୍ଦ୍ଧା ଓ କଟକ ଜିଲ୍ଲାର ସ୍ଥିତି ଚିନ୍ତାଜନକ ରହିଛି। ଏହି ଦୁଇ ଜିଲ୍ଲାରୁ ଦୈନିକ ଶହ ଶହ ସଂଖ୍ୟାରେ କୋଭିଡ୍-୧୯ ରୋଗୀ ଚିହ୍ନଟ ହେଉଛନ୍ତି। ସେଥି ମଧ୍ୟରୁ ରାଜଧାନୀ ଭୁବନେଶ୍ଵରରେ ସ୍ଥାନୀୟ ସଂକ୍ରମଣ କେସ୍‌ ଦିନକୁ ଦିନ ବଢିବାରେ ଲାଗିଛି। କିନ୍ତୁ ଆଶ୍ଵସ୍ତିକର କଥା ନୂତନ ସଂକ୍ରମଣ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୩୨୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୨ ସୁସ୍ଥ ହୋଇଥିବା ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି।

ବିଏମସି ଅନୁଯାୟୀ ଆଜି ୩୨୬ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧରୁ କେବଳ ୭୦ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ କେସ୍‌ ୨୫୬ ରହିଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପି ୨୦୨୧୯ରେ ପହଞ୍ଚିଛି। ଆଜି ୩୯୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସୁସ୍ଥ ସଂଖ୍ୟା ୧୬୫୧୧କୁ ବୃଦ୍ଧି ଘଟିଛି। କରୋନା ମହାମାରୀରେ ଅଦ୍ୟାବଧି ୮୦ ଜଣଙ୍କ ପ୍ରାଣହାନୀ ଘଟିଛି। ମୋଟ୍ ସକ୍ରିୟ ସଂଖ୍ୟା ୩୬୧୨ ରହିଛି।

   Related Posts