ସୁରକ୍ଷାବଳଙ୍କୁ ବଡ଼ ସଫଳତା, ଦୁର୍ଦ୍ଦାନ୍ତ ଲସ୍କର ଆତଙ୍କବାଦୀ ସଲିମ୍‌ ନିହତ

Published By : Prameya-News7 Bureau | January 03, 2022 IST

ଶ୍ରୀନଗର, ୦୩/୦୧: ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି । ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ଟପ୍‌ ୱାଣ୍ଟେଡ୍‌ କମାଣ୍ଡର ସଲିମ୍‌କୁ ଏନ୍‌କାଉଣ୍ଟର କରିଛି ସୁରକ୍ଷାବଳ। ଏନେଇ କାଶ୍ମୀର ପୋଲିସ୍ ମହାନିରୀକ୍ଷକ କହିଛନ୍ତି ଯେ ବର୍ତ୍ତମାନ ଏନ୍‌କାଉଣ୍ଟର ଜାରି ରହିଛି । ଏହି ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଲିମ୍‌ ନିହତ ହୋଇଛି । ଏଥିସହିତ ସଲିମ୍‌ ସହ ଅନ୍ୟ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି ।

କହିରଖୁଛୁ ଯେ, ୨ ଦିନ ପୂର୍ବରୁ ଦକ୍ଷିଣ କାଶ୍ମୀରର ଦୁଇଟି ସ୍ଥାନରେ ହୋଇଥିବା ଏନ୍‌କାଉଣ୍ଟରରେ ଜୈସ୍‌ର ପାକିସ୍ତାନୀ ଗ୍ୟାଙ୍ଗ୍‌ଷ୍ଟର୍‌ ସମେତ ୬ ଆତଙ୍କବାଦୀଙ୍କୁ ମାରିଥିଲା ସୁରକ୍ଷାବଳ । ସେଥିମଧ୍ୟରୁ ୩ ଆତଙ୍କୀ ମୀରହମା ଏନ୍‌କାଉଣ୍ଟରରେ ଏବଂ ୩ ଆତଙ୍କୀ ଅନନ୍ତନାଗ ଏନ୍‌କାଉଣ୍ଟରରେ ଟଳିଥିଲେ । ଜୈସ୍‌ ଆତଙ୍କୀଙ୍କ ପାଖରୁ ୪ଟି ସିରିଜ୍‌ ବୋମା ଏବଂ ୨ଟି ଏକେ ରାଇଫଲ୍‌ ଜବତ ହୋଇଛି । ଯାହାକୁ ନେଇ ଜାମ୍ମୁ-କାଶ୍ମୀର ପୋଲିସ୍‌ ସଜାଗ ହୋଇଛି ।

ତେବେ ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ, ପୁଣିଥରେ ସୁରକ୍ଷାବଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ପିଓକେରେ ପଶିବା ପାଇଁ କିଛି ଆତଙ୍କୀ ସଂଗଠନର ସଦସ୍ୟ ପ୍ରୟାସ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.