ଅନନ୍ତନାଗରେ ୭ ଦିନର ସର୍ଚ୍ଚ ଅପରେସନ ଶେଷ: ଖୋଜି ଖୋଜି ଲସ୍କର କମାଣ୍ଡରକୁ ଗୁଳି କରି ସଫା କଲା ସେନା
19/09/2023 at 3:31 PM

ଶ୍ରୀନଗର: ଜାମ୍ମୁକାଶ୍ମୀରର ଅନନ୍ତନାଗରେ ଗତ ୭ ଦିନ ହେବ ଚାଲିଥିବା ସର୍ଚ୍ଚ ଅପରେସନର ଶେଷ ହୋଇଛି। ଲକ୍ସର –ଏ-ତାଇବା କମାଣ୍ଡର ଉଜୈର ଖାନକୁ ମଙ୍ଗଳବାର ଗୁଳି ସଫା କରିଦେଇଛନ୍ତି ଭାରତୀୟ ଯବାନ ସେନା। ଉଜୈର ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।
ତେବେ ଉଜୈରର ମୃତଦେହ ସହ ଅନ୍ୟ ଜଣେ ଆତଙ୍କବାଦୀର ମୃତଦେହ ମଧ୍ୟ ଜବତ କରାଯାଇଥିବା ଏଡିଜିପି ପୁଲିସ ବିଜୟ କୁମାର ସୂଚନା ଦେଇଛନ୍ତି। ଏଥିସହିତ ଉଜୈର ମୃତ୍ୟୁ ସହ ୭ ଦିନିକିଆ ଏନ୍କାଉଣ୍ଟର ଶେଷ ହୋଇଛି ବୋଲି ଏଡିଜିପି କହିଛନ୍ତି।
ସୂଚନା ଥଉକି, ଗତ ସପ୍ତାହରେ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ସେଠାରେ ଆହୁରି ବହୁତ ଜାଗାରେ ସର୍ଚ୍ଚ କରିବା ବାକି ରହି ଯାଇଛି। ସେଠାରେ ଅଫୁଟା ବୋମା ରଖାଯାଇ ଥାଇପାରେ। ତେଣୁ ଉକ୍ତ ଅଞ୍ଚଳକୁ ନ ଯିବାକୁ ପୁଲିସ ଏଡିଜିପି ବିଜୟ କୁମାର କହିଛନ୍ତି।
ତେବେ ସୁରକ୍ଷା କର୍ମଙ୍କ ସୂଚନା ଅନୁସାରେ ଉକ୍ତ ଅଞ୍ଚଳରେ ଦୁଇ ତିନୋଟି ଆତଙ୍କାଦୀ ଲୁଚି ରହିଛନ୍ତି। ଦୁଇ ଜଣଙ୍କ ମୃତଦେହ ମିଳିଥିବା ଥିବା ତୃତୀୟ ଜଣଙ୍କର ମୃତଦେହ ଅନ୍ୟ କେଉଁଠି ଥାଇପାରେ ବୋଲି ବିଜୟ କୁମାର କହିଛନ୍ତି। ସର୍ଚ୍ଚ ଅପରେସନ ସରିବା ପରେ ଏହା ଜଣାପଡ଼ିବ ବୋଲି ବିଜୟ କୁମାର କହିଛନ୍ତି।
ଏହି ଖବରଟିକୁ ପଢ଼ନ୍ତୁ-ଆମେରିକା ସହ ପାକିସ୍ତାନର ଗୋପନ ଚୁକ୍ତି ଖୁଲାସା; ଋଣ ପାଇଁ ଶସ୍ତାରେ ବିକ୍ରି କରିଛି ଅସ୍ତ୍ରଶସ୍ତ୍ର