ପ୍ରଥମ ଦିନର ରତ୍ନଭଣ୍ଡାର ଲେଜର ସ୍କାନିଂ ପ୍ରକ୍ରିୟା ଶେଷ, ୩୭ଟି ପଏଣ୍ଟରେ ହେଲା ସ୍କାନିଂ

Published By : Prameya-News7 Bureau | November 28, 2023 IST

ପୁରୀ ୨୮।୧୧: ଏଏସଆଇ ପକ୍ଷରୁ ପ୍ରଥମ ଦିନର ରତ୍ନଭଣ୍ଡାର ଲେଜର ସ୍କାନିଂ ପ୍ରକ୍ରିୟା ଶେଷ ହୋଇଛି । ଚାରିଘଣ୍ଟା ଧରି ଚାଲିଥିଲା ସ୍କାନିଂ । ରତ୍ନଭଣ୍ଡାର ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ସରିଛି । ବୁଧବାର ସକାଳ ୮ଟାରେ ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ କରାଯିବ ଲେଜର ସ୍କାନିଂ ହେବ । ଏ ନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଲେଜର ସ୍କାନିଂ ପାଇଁ ଏଏସଆଇର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ମଙ୍ଗଳବାର ଠାରୁ ଲେଜର ସ୍କାନିଂ ଆରମ୍ଭ ହୋଇଛି । ବିଶେଷ କରି ରତ୍ନଭଣ୍ଡାରର ବାହାର ପାର୍ଶ୍ୱରେ ସ୍ଥିତି କ'ଣ ରହିଛି ତାହା ଜାଣିବା ପାଇଁ ଏହି ଲେଜର ସ୍କାନିଂ କରାଯାଉଛି । ଲେଜର ସ୍କାନିଂରେ ରତ୍ନଭଣ୍ଡାରର ସ୍ଥିତି ଜଣାପଡ଼ିବା ପରେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ସୁପରିଟେଣ୍ଡଣ୍ଟ କହିଛନ୍ତି । ସେପଟେ ଶ୍ରୀମନ୍ଦିରରେ ନଷ୍ଟ ହୋଇଯାଇଥିବା କଳାକୃତି ଗୁଡ଼ିକର ସଂରକ୍ଷଣ ପାଇଁ ଏଏସଆଇକୁ ପ୍ରସ୍ତାବ ପରିଚାଳନା କମିଟି ସଦସ୍ୟ ଦେଇଛନ୍ତି । 

ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଜଗନ୍ନାଥ ପ୍ରେମୀ, ସେବାୟତ ଓ ଗବେଷକଙ୍କ ମହଲରେ ବାରମ୍ବାର ଦାବି ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଯାଞ୍ଚ ନେଇ ନିଷ୍ପତ୍ତି ହୋଇଥିଲା । ତେବେ ପ୍ରାଥମିକ ପର୍ଯ୍ୟାୟରେ ରତ୍ନଭଣ୍ଡାରର ବାହାର ପାର୍ଶ୍ୱ ସ୍ଥିତି କିଭଳି ରହିଛି ତା'ର ଅନୁଧ୍ୟାନ ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହି କ୍ରମରେ ମଙ୍ଗଳବାର ଏଏସଆଇ ଟିମ୍ ଅତ୍ୟାଧୁନିକ ଥ୍ରୀଡି କ୍ୟାମେରା ସାହାଯ୍ୟରେ ରତ୍ନଭଣ୍ଡାରର ବାହାର ପାର୍ଶ୍ୱ ଯାଞ୍ଚ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ସେପଟେ ଶ୍ରୀମନ୍ଦିରରେ ଅନେକ ଗୁଡ଼ିଏ କଳାକୃତି ନଷ୍ଟ ହୋଇଯାଇଥିବା ବେଳେ  ଏହି ପଥରକୁ ବଦଳାଇ ପୂର୍ବରୁ ଥିବା କଳାକୃତି ଅନୁଯାୟୀ ପଥର ସ୍ଥାନିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଏଏସାଆଇକୁ ପ୍ରସ୍ତାବ ଦିଆଯାଇଛି । 

You Can Read :

wp:embed {"url":"https://www.prameyanews7.com/boipariguda-police-iic-susanta-satpathy-arrested-by-vigilance/","type":"wp-embed","providerNameSlug":"prameya-news-7"}
https://www.prameyanews7.com/boipariguda-police-iic-susanta-satpathy-arrested-by-vigilance/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.