ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର୍ ସ୍କାନିଂ, ASIକୁ ମିଳିଛି ଅନୁମତି

Published By : Prameya-News7 Bureau | November 28, 2023 IST

ପୁରୀ ୨୮।୧୧ : ମଙ୍ଗଳବାର ଠାରୁ ହୋଇପାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଲେଜର୍ ସ୍କାନିଂ। ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଏନେଇ ଏଏସ୍ଆଇକୁ ଅନୁମତି ଦେଇସାରିଛନ୍ତି । ସୋମବାର ଦିନ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ ।

wp:html /wp:html

ପଞ୍ଚୁକ ୫ ଦିନ ଶ୍ରୀମନ୍ଦିରରେ ଭିଡ଼ ଅଧିକ ରହୁଥିବାରୁ ଲେଜର୍ ସ୍କାନିଂ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ୍ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା । ତେଣୁ ଏଏସ୍ଆଇ ଟିମ୍ ଯେକୌଣସି ସମୟରେ ଆସି ଲେଜର୍ ସ୍କାନିଂ କରିପାରେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ରତ୍ନ ଭଣ୍ଡାର ସହ ମୁଖ୍ୟ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରର ମଧ୍ୟ ସ୍କାନିଂକରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଲେଜର୍ ସ୍କାନିଂ ରିପୋର୍ଟକୁ ବୈଷୟିକ କମିଟି ତର୍ଜମା କରିବା ପରେ, ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

wp:embed {"url":"https://www.prameyanews7.com/alia-bhatt-deepfake-video-goes-viral/","type":"wp-embed","providerNameSlug":"prameya-news-7"}
https://www.prameyanews7.com/alia-bhatt-deepfake-video-goes-viral/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.