ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପଦକ୍ଷେପ: କୋଣାର୍କ ଉପରେ ଡ୍ରୋନ୍ ଉଡାଇ ଲେଜର୍ ସ୍କାନିଂ କଲା ଏଏସଆଇ ଟିମ୍

Published By : Prameya-News7 Bureau | March 14, 2020 IST

କୋଣାର୍କ, ୧୪|୦୩:  କୋଣାର୍କ ମନ୍ଦିରର ହେଲା ଲେଜର ସ୍କାନିଂ । ମୁମ୍ବାଇରୁ ଆସିଥିବା ସେନ୍ସ ଟେକ୍ନୋଲୋଜିର ୫ ଜଣିଆ ଟିମ୍‌ ସୂର୍ଯ୍ୟମନ୍ଦିର ପରିସରରେ ଦୁଇଟି ଡ୍ରୋନ୍ କ୍ୟାମେରା ଉଡାଇ ମନ୍ଦିରର ପ୍ରତ୍ୟେକ ପାର୍ଶ୍ବକୁ ଲେଜର୍ ସ୍କାନିଂ କରିଥିଲେ । ମନ୍ଦିରର କେଉଁ ଅଂଶ ସବୁ ଦୁର୍ବଳ ରହିଛି ଏବଂ ଏହାର ସୁରକ୍ଷା କିଭଳି କରିହେବ ସେ ସଂପର୍କିତ ସଠିକ୍‌ ତଥ୍ୟ ଜାଣିବା ପାଇଁ ଭାରତୀୟ ପ୍ରତ୍ନତତ୍ବ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

{"id":238418,"width":751,"height":425,"sizeSlug":"large"}

କେତେ ସୁରକ୍ଷିତ କୋଣାର୍କ ସୂର୍ଯ୍ୟ ମନ୍ଦିର ? ମନ୍ଦିର ଆଭ୍ୟନ୍ତରୀଣ ପଥର ଦୁର୍ବଳ ହେଲାଣି କି ? ମନ୍ଦିର ସୁରକ୍ଷା ପାଇଁ ଭର୍ତ୍ତି କରାଯାଇଥିବା ବାଲି ମନ୍ଦିର ପାଇଁ ବିପଦ ଆଣିବ କି ? ଏମିତି କିଛି ପ୍ରଶ୍ନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ସୂର୍ଯ୍ୟମନ୍ଦିର ସ୍ଥିତି ପରଖିବା ପାଇଁ ପହଞ୍ଚିଥିଲା ଏଏସଆଇ ଟିମ୍ । ମୁମ୍ବାଇରୁ ଆସିଥିବା ସେନ୍ସ ଟେକ୍ନୋଲୋଜିର ୫ ଜଣିଆ ଟିମ୍ ସୂର୍ଯ୍ୟ ମନ୍ଦିର ପରିସରରେ ୨ଟି ଡ୍ରୋନ୍ ଉଡାଇ ପ୍ରତି ପାର୍ଶ୍ବକୁ ଲେଜର ସ୍କାନିଙ୍ଗ କରିଛନ୍ତି । ମନ୍ଦିରର ଭିତର ଏବଂ ବାହାର ପାର୍ଶ୍ବରେ ସ୍କାନିଂ କରଯାଇଛି । ଡ୍ରୋନ୍‌ ଜରିଆରେ ଭିଜୁଆଲ୍‌ ଫଟୋ ନିଆଯାଇଛି ।

{"id":238419,"width":754,"height":415,"sizeSlug":"large"}

କୋଣାର୍କ ମନ୍ଦିର ପ୍ରତି ବିପଦ ରହିଛି । ଭିତରେ ବାଲି ଦବୁଥିବା ବେଳେ ମନ୍ଦିରର ଭିତର ଅଂଶର ପଥର  ଦୁର୍ବଳ ହେଲାଣି । ତେବେ ପଥରର ଦୁର୍ବଳତା ଥ୍ରୀଡି ଲେଜର ସ୍କାନିଂ ମାଧ୍ୟମରେ ଜଣା ପଡିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି ।କୋଣାର୍କ ମନ୍ଦିରର ସୁରକ୍ଷା ପାଇଁ ଏହା ଭିତରେ ଥିବା ବାଲି ହଟାଇବାକୁ ଭାରତୀୟ ପ୍ରତ୍ନତତ୍ବ ବିଭାଗ ନିଷ୍ପତ୍ତି ନେଇଥିଲା । ତେବେ ଜଗମୋହନରୁ ବାଲି ହଟାଇଲେ ଏହା ବିପଦମୂକ୍ତ ନୁହେଁ ବୋଲି କିଛି ବିଶେଷଜ୍ଞ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.