Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘର ପଛପଟେ ଓହ୍ଲାଇଲେ ଏଲିଅନ୍ସ ! ରଙ୍ଗରୂପରେ ଦେଖିବାକୁ ଏମିତି…

17/09/2023 at 3:49 PM

ନୂଆଦିଲ୍ଲୀ ୧୭।୦୯: ଏଲିଅନ୍ସଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ । ଏମାନେ ଦେଖିବାକୁ କେମିତି ? ମଣିଷ ନା ମଣିଷଙ୍କ ଠାରୁ ଭିନ୍ନ ନା ସ୍ବତନ୍ତ୍ର । ଜଣେ ସାଧାରଣ ଲୋକର ଉଚ୍ଚତା ୫-୬ ଫୁଟ ଥିବା ବେଳେ ଏଲିଅନ୍‌ କିନ୍ତୁ ୧୦ ଫୁଟ ଉଚ୍ଚତା । ସେମାନଙ୍କ ଶରୀରର ରଙ୍ଗ ସବୁଜ । ସେମାନଙ୍କ କାନ ଓ ଦାନ୍ତରୁ ଆସିଥାଏ ଚମକ । ନାକ ନଥିବାରୁ ଘ୍ରାଣ ଶକ୍ତି ନଥାଏ । ଆପଣ ଭାବୁଥିବେ ଏଲିଅନ୍ସ ବାବଦରେ ଏତେ ତଥ୍ଯ ପାଇଲୁ କେଉଁଠୁ ?  ହଁ ଆଜ୍ଞା, ଆମେରିକାର ଏକ ପରିବାର ଦେଇଛନ୍ତି ଏଭଳି କିଛି ତଥ୍ୟ । 

ସେମାନଙ୍କ କହିବା ଅନୁଯାୟୀ ତାଙ୍କ ଘର ପଛରେ ଓହ୍ଲାଇଥିଲେ ଅଜବ ଜୀବ । ଦେଖିବାକୁ ସେମାନେ ବିଶାଳକାୟ । ସେମାନେ ଏକ UFOରୁ ଓହ୍ଲାଇଥିଲେ ଏବଂ ପାଚେରି ଉପରକୁ ଚଢିବାକୁ ଚେଷ୍ଟା କରୁଥିଲେ । ଏମିତିକି ସେମାନେ ଦେଖିବାକୁ ମଣିଷଙ୍କ ଅପେକ୍ଷା ବହୁତ ଲମ୍ବା । କେବଳ ଏତିକି ନୁହେଁ ତାଙ୍କର ଦାନ୍ତ ଓ କାନ ଚମକୁଥିଲା । ଆଉ ଏପରି ଲାଗୁଥିଲା ଯେମିତି ତାଙ୍କର ନାକ ନାହିଁ, ଅର୍ଥାତ୍ ସେ ନାକହୀନ । ତାଙ୍କର ରଙ୍ଗ ମଧ୍ୟ ସବୁଜ ଥିଲା ।

ରିପୋର୍ଟ ଅନୁଯାୟୀ ଲାସ୍ ଭେଗାସ୍ର ଏହି ପରିବାରରେ ସମୁଦାୟ ଚାରି ଜଣ ସଦସ୍ୟ । ଲୋକମାନେ ତାଙ୍କ କଥା ଶୁଣି ହସିବେ ବୋଲି ସେମାନେ ବହୁତ ସମୟ ଚୁପ୍‌ ରହିଥିଲେ । କିନ୍ତୁ ଏହାପରେ ସେମାନେ ପୋଲିସକୁ ଏନେଇ ଜଣାଇଥିଲେ । ପରିବାର ଲୋକେ କହିଛନ୍ତି କି, ଏ ବିଷୟରେ ଚର୍ଚ୍ଚା ହେବା ପରେ ଅନେକ ଲୋକ ତାଙ୍କ ଘରକୁ ଆସୁଛନ୍ତି । ଆଉ ଏଲିଅନ୍ସ କେଉଁଠି ଓହ୍ଲାଇଥିଲେ ଦେଖିବାକୁ ଚାହୁଁଛନ୍ତି ।

 ତେବେ ଏହି ଅଜବ ଘଟଣା ଲୋକଙ୍କୁ ସତ ମନେ ହୋଇପାରେ । କାରଣ ଏହି ଘଟଣା କ୍ୟାମେରାରେ କଏଦ ହୋଇଛି । ଆଞ୍ଜେଲର ପଡ଼ୋଶୀଙ୍କ କ୍ୟାମେରା ଏକ ବଡ଼ ଶବ୍ଦ ସହ ଏକ ଜବରଦସ୍ତ ଧମାକା କଏଦ ହୋଇଛି ।  ଯାହା UFOର କ୍ରାସ୍ ଲ୍ୟାଣ୍ଡିଙ୍ଗ୍ ବୋଲି କୁହାଯାଉଛି । ଯଦିଓ ଏ ଘଟଣାରେ କେତେ ସତ୍ୟତା ରହିଛି,  ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନି । କିନ୍ତୁ ଏହି ଘଟଣା ପୁଣି ବିଶ୍ୱକୁ ଚକିତ କରିଛି ।

You Can Read:

   Related Posts