Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

Market Cap: ଶୀର୍ଷ ୧୦ ମଧ୍ୟରୁ ଆଠ କମ୍ପାନିର ବଜାର ପୁଞ୍ଜିରେ ୧.୦୩ ଲକ୍ଷ କୋଟି ଟଙ୍କାର ହ୍ରାସ

12/03/2023 at 8:15 PM

ନୂଆଦିଲ୍ଲୀ: ସେୟାର ବଜାରରେ ଦୁର୍ବଳ ସଂକେତ ମଧ୍ୟରେ ଦେଶର ୧୦ ସବୁଠୁ ମୂଲ୍ୟବାନ କମ୍ପାନି ମଧ୍ୟରେ ୮ କମ୍ପାନିର ମିଳିତ ସମ୍ପତ୍ତି ଗତ ସପ୍ତାହରେ ୧,୦୩,୭୩୨.୩୯ କୋଟି ଟଙ୍କା କମି ଯାଇଛି । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କକୁ ସବୁଠୁ ଅଧିକ କ୍ଷତି ହୋଇଛି ।

ଗତ ସପ୍ତାହରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସରେ ୬୭୩.୮୪ ଅଙ୍କ ଅର୍ଥାତ୍ ୧.୧୨ବୁୂ ପ୍ରତଶିତ ହ୍ରାସ ଘଟିଥିଲା । ଭାରତୀ ଏୟାରଟେଲ୍ ଏବଂ ଆଇସିଟିକୁ ଛାଡି ଅନ୍ୟ ସବୁ ଆଠ କମ୍ପାନିର ବଜାର ମୂଲ୍ୟ ହ୍ରାସ ପାଇଛି ।

ଶୀର୍ଷ ୧୦ କମ୍ପାନି ମଧ୍ୟରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ସବୁଠୁ ଅଧିକ କ୍ଷତି ହୋଇଛି । ଏହାର ବଜାର ମୂଲ୍ୟ ୪୧,୮୭୮.୩୭ କୋଟି ଟଙ୍କା ହ୍ରାସ ୧୫,୭୧,୭୨୪.୨୬ କୋଟି ଟଙ୍କା ହୋଇଛି । ଆଇସିଆଇସିଆଇ ବ୍ୟାଙ୍କର ବଜାର ମୂଲ୍ୟ ୧୮,୧୩୪.୭୩ କୋଟି ଟଙ୍କା ହ୍ରାସ ହୋଇ ୫,୮୮,୩୭୯.୯୮ କୋଟି ଟଙ୍କା ହୋଇଛି । ସେହିପରି ଏଚଡିଏଫସି ବ୍ୟାଙ୍କ ବଜାର ମୂଲ୍ୟ ୧୫,୦୦୭.୩୮ କୋଟି କମି ୮,୮୬,୩୦୦.୨୦ କୋଟି ଟଙ୍କା ଏବଂ ଏସବିଆଇରେ ୧୨,୩୬୦.୫୯ କୋଟି ଟଙ୍କା ହ୍ରାସ ସହ ୪,୮୮.୩୯୯.୩୯ କୋଟି ହୋଇଛି ।

ଅନ୍ୟପଟେ ଭାରତୀ ଏୟାରଟେଲ ଲାଭରେ ରହିଥିଲା ଏବଂ ଏହାର ବଜାର ପୁଞ୍ଜି ୫,୦୭୧.୯୯ କୋଟି ଟଙ୍କା ବଢି ୪,୩୧,୨୩୦.୫୧ କୋଟି ଟଙ୍କା ହୋଇଛି । ଆଇଟିସିର ବଜାର ପୁଞ୍ଜିରେ ୪,୦୩୬.୨ କୋଟି ଟଙ୍କା ବଢି ୪,୮୧,୯୨୨.୩୩ କୋଟି ଟଙ୍କାରେ ପହଞ୍ଚିଛି । ଦେଶର ସବୁଠୁ ମୂଲ୍ୟବାନ କମ୍ପାନି ରୂପେ ରିଲାଏନ୍ସ ପ୍ରଥମ ସ୍ଥାନରେ ବଜାୟ ରହିଛି ।

   Related Posts