ନୂଆଦିଲ୍ଳୀ ୧୫।୦୮: ୨୦୧୪ ଡିସେମ୍ବର ମାସରେ ସବୁଠୁ ବଡ଼ ‘ମାନବ ପତାକା’ ପ୍ରସ୍ତୁତ କରି ଭାରତ ଗିନିଜ୍ ରେକର୍ଡ କରିଥିଲା । ତାମିଲନାଡୁର ଚେନ୍ନାଇରେ ୫୦ ହଜାର ସ୍ୱେଚ୍ଛାସେବୀ ମିଶି ଏହି ପତାକାକୁ ପ୍ରସ୍ତୁତ କରିଥିଲେ । ମାଇଁ ଫ୍ଲାଗ୍ ମାଇଁ ଇଣ୍ଡିଆ’ ଅଭିଯାନକ୍ରମେ ଏହା ପ୍ରସ୍ତୁତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଭାଗ ନେବାଲାଗି ପ୍ରାୟ ୧.୫ ଲକ୍ଷ ଲୋକ ୱାଇଏମ୍ସିଏ ମୈଦାନରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୫୦ ହଜାର ତ୍ରିରଙ୍ଗା ବନାଇବାରେ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନ ଭାରତରେ ଏହା ଏହି ପ୍ରକାରର ପ୍ରଥମ ରେକର୍ଡ । ଏହା ପୂର୍ବରୁ ଏହି ରେକର୍ଡ ପାକିସ୍ତାନ ନାମରେ ଥିଲା । ଲାହୋର ସ୍ପୋର୍ଟସ କ୍ଲବ୍ର ୨୮,୯୫୭ ଜଣ ମିଶି ଏହି ପତାକା ପ୍ରସ୍ତୁତ କରିଥିଲେ ।