ନୂଆଦିଲ୍ଲୀ: ଗାଜା ପଟି ଉପରେ ଇସ୍ରାଏଲ୍ ଆକ୍ରମଣ ଗତ ୪୦ରୁ ଦିନରୁ ଅଧିକ ସମୟ ଧରି ଜାରି ରହିଛି । ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଲକ୍ଷାଧିକ ଲୋକ ପଳାୟନ ପାଇଁ ବାଧ୍ୟ ହୋଇଛନ୍ତି । ଏହାରି ଭିତରେ ଜାତିସଂଘ ରିଫ୍ୟୁଜି ଏଜେନ୍ସି ମୁଖ୍ୟ ଫିଲିପ୍ ଲଜ୍ଜେରିନୀ କହିଛନ୍ତି ଯେ ଫିଲିସ୍ତୀନରେ ୧୯୪୮ ପରେ ସବୁଠୁ ବଡ଼ ପଳାୟନ ଦେଖିବାକୁ ମିଳୁଛି । ମୁଖ୍ୟତଃ ଉତ୍ତର ଗାଜାରେ ବଡ଼ ସଂଖ୍ୟାରେ ଲୋକ ପଳାୟନ କରୁଛନ୍ତି । ପ୍ରାୟ ୧୧ ଲକ୍ଷ ଲୋକ ନିଜ ଘର ଛାଡ଼ି ସାରିଛନ୍ତି । ଏଥିରୁ ଅଧିକାଂଶ ଲୋକ ଦକ୍ଷିଣ ଗାଜାରେ ଓ ଅନ୍ୟ କିଛି ଜଣ ୱେଷ୍ଟ ବ୍ୟାଙ୍କରେ ଶରଣ ନେଇଛନ୍ତି ।
ହଜାର ହଜାର ସଂଖ୍ୟାରେ ଲୋକ ମିଶରରେ ଶରଣ ନେଇଛନ୍ତି । ଲଜ୍ଜେରିନୀ କହିଛନ୍ତି, ଖାଦ୍ୟ, ପାଣି ଓ ଔଷଧ ପାଇଁ ସଂଗ୍ରହ କରୁଥିବା ଲୋକଙ୍କୁ ପଳାୟନ କରିବାକୁ ପଡ଼ୁଛି । ଜାତିସଂଘ ରିଫ୍ୟୁଜି ଏଜେନ୍ସିର କହିବା ଅନୁସାକରେ, ବର୍ତ୍ତମାନ ସୁଦ୍ଧା ୮ ଲକ୍ଷରୁ ଅଧିକ ଲୋକଙ୍କ ରହଣୀ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଲୋକଙ୍କ ପାଖରେ ଖାଦ୍ୟପେୟ ସହ ଅନ୍ୟ ସମସ୍ତ ଜରୁରୀ ସାମଗ୍ରୀର ଅଭାବ ରହିଛି । ଏଜେନ୍ସିର କହିବା ଅନୁସାରେ ଶରଣାର୍ଥୀ ଶିବିରରେ ଥିବା ୩୦ ପ୍ରତିଶତ ଲୋକଙ୍କ ନିକଟରେ ଚର୍ମ ରୋଗ ଦେଖିବାକୁ ମିଳିଛି । ଖରାପ ସ୍ଥିତି ଯୋଗୁଁ ରୋଗ ବ୍ୟାପିବାରେ ଲାଗିଛି ।
wp:html/wp:html“We have just witnessed over the last few weeks the largest displacement of Palestinians since 1948.”
— United Nations (@UN) November 16, 2023
– @UNRWA chief @UNLazzarini says the scale of destruction and loss in Gaza is staggering as lack of fuel jeopardizes entire humanitarian response. https://t.co/CKNjiiFi3X pic.twitter.com/sBE5V6lBp7
ଏହାରି ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଜାମିନ୍ ନେତନ୍ୟାହୁ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେନା ଆକ୍ରମଣରେ ସାଧାରଣ ଲୋକ ବି ଆହତ ହୋଇଛନ୍ତି । ସେ କହିଛନ୍ତି ଯେ ହମାସ ବିରୋଧରେ ଜାରି ଅପରେସନରେ ନାଗରିକଙ୍କୁ କମ କ୍ଷତି ପହଞ୍ଚାଇବା ପାଇଁ ତାଙ୍କ ପ୍ରୟାସ ବିସଫଳ ହୋଇଛି । ବିସିଏସ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ନେତନ୍ୟାହୁ କହିଛନ୍ତି ଯେ ଆମେ ଆକ୍ରମଣ ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଅପିଲ୍ କରିଥିଲୁ । କିନ୍ତୁ ହମାସ ଏପରି ହେବାକୁ ଦେଲା ନାହିଁ ଓ ଲୋକଙ୍କୁ ବିପଦଜନକ ସ୍ଥାନରେ ହିଁ ଅଟକାଇ ରଖିଲା ।
ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ ଜଣେ ବି ନାଗରିକଙ୍କ ମୃତ୍ୟୁ ଦୁଃଖଦ ଅଟେ । ଆମେ ଏପରି କିଛି ବି କରିବାଠାରୁ ଦୂରରେ ରହିବା । ଯୁଦ୍ଧରେ ନାଗରିକଙ୍କ ସୁରକ୍ଷା ମଧ୍ୟ ଆମ ପ୍ରୟାସ । କିନ୍ତୁ ହମାସ୍ ଲୋକଙ୍କୁ ଯୁଦ୍ଧ ରାସ୍ତାରେ ଆଣୁଛି ।
Also Read: ଉତ୍ତର ପରେ ଇସ୍ରାଏଲ୍ ଟାର୍ଗେଟରେ ଦକ୍ଷିଣ ଗାଜା; କୁଆଡ଼େ ଯିବେ ୨୦ ଲକ୍ଷ ଲୋକ ?