scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜଧାନୀରେ ବେଧଡ଼କ ନିଶା କାରବାର: ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଜବତ

2/10/2020 at 6:39 PM

ଭୁବନେଶ୍ବର୨/୧୦: ଭୁବନେଶ୍ବର ଏୟାରଫିଲ୍‌ଡ ଥାନା ହାଇଟେକ୍ ଅଞ୍ଚଳ ଓରକଳ ଗାଁରେ ଅବକାରୀ ବିଭାଗର ଚଢ଼ାଉ। ଅତର୍କିତ ଭାବେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଅବକାରୀ ବିଭାଗ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ କାରବାର ସେଠାରେ ଚାଲୁଥିଲା। ଏହାସହ ବେଆଇନ ଭାବେ ମଦ ବିକ୍ରି କରିବା ଅଭିଯୋଗରେ ଦିନବନ୍ଧୁ ଜେନା ଓରଫ୍ ଚିଣ୍ଟୁକୁ ପୋଲିସ୍ ଗିରଫ କରିଛି।

ଏହାସହ ଏୟାରଫିଲ୍ଡ ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ବର୍ତ୍ତମାନ କରୋନା ଭଳି ମହାମାରୀ ସମୟରେ ରାଜଧାନୀବାସୀ ଭୟଭୀତ ଅଛନ୍ତି। ସହର କୁହନ୍ତୁ କିମ୍ବା ବସ୍ତି, ସବୁଆଡ଼େ କାମଧନ୍ଦା ବନ୍ଦ ରହିଛି। ଏହା ଚମଧ୍ୟରେ ବସ୍ତିରେ ମଦ ବିକ୍ରି କରିବା ଯୋଗୁଁ ନିଶାଖୋର ବ୍ୟକ୍ତିମାନେ ମଦ ପିଇ ଟଙ୍କା-ପଇସା ବର୍ବାଦ କରୁଛନ୍ତି। ଅଭାବ ଅନଟନ ବେଳେ ମଦ ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଦିନକୁ ଦିନ ରାଜଧାନୀରେ ନିଶାକାର ବଢ଼ିବାରେ ଲାଗିଛି। ଅବକାରୀ ବିଭାଗ ମଧ୍ୟ ଚଢ଼ାଉ କରୁଛି, ପୋଲିସ୍ ମଧ୍ୟ ମଦ ବ୍ୟବସାୟୀଙ୍କୁ ଗିରଫ କରୁଛି।ହେଲେ ପୂର୍ବଭଳି ଯାହାକୁ ସେୟା, ଦିନ ଦିପହରେ ରାଜଧାନୀରେ ବେଧଡ଼କ ନିଶାକାରବାର ଚାଲୁଛି

   Related Posts