AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଭାଙ୍ଗିଲା ୧୦ ଲକ୍ଷ ଲିଟର ପାଣିରେ ଭର୍ତ୍ତି ବର୍ଲିନ ଆକ୍ୱାରିୟମ, ୧,୫୦୦ରୁ ଅଧିକ ମାଛ ମରିବା ଆଶଂକା

16/12/2022 at 9:01 PM

ନୂଆଦିଲ୍ଲୀ: ଜର୍ମାନୀର ବର୍ଲିନରେ ଥିବା ବିଶାଳ ଆକ୍ୱାରିୟମ୍ ଭାଙ୍ଗି ଯାଇଛି । ଲକ୍ଷ ଲକ୍ଷ ଲିଟର ପାଣି ଥିବା ଆକ୍ୱାରିୟମରେ ୧,୫୦୦ରୁ ଅଧିକ ବିଦେଶୀ ଏବଂ ବିରଳ ପ୍ରଜାତିର ମାଛ ଅଛନ୍ତି । ବର୍ଲିନ ଏମର୍ଜେନ୍ସି ସର୍ଭିସେଜ୍ ଅନୁସାରେ ଶୁକ୍ରବାର ସକାଳେ ଏହି ଘଟଣା ଘଟିଛି । ଆକ୍ୱାରିୟମ ଫାଟିବା ଯୋଗୁଁ ରାସ୍ତାରେ ପ୍ରାୟ ଏକ ମିଲିୟନ ଲିଟର ପାଣି ଏବଂ ଭଗ୍ନାବଶେଷ ବ୍ୟାପିଛି । ଦୁର୍ଘଟଣା ପରେ ପ୍ରାୟ ୧୦୦ରୁ ଅଧିକ ଉଦ୍ଧାରକର୍ମୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯେଉଁ ଡୋମଏକ୍ସେରୀ କମ୍ପ୍ଲେକ୍ସ ଆକ୍ୱାରିୟମ ରଖାଯାଇଥିଲା ସେହି ପରିସରରେ ରେଡିସନ ହୋଟେଲ ଏବଂ ଦୋକନା ସହ ଏକ ସଂଗ୍ରହାଳୟ ଥିଲା।

ଏହି ଲାଇଫ୍ ଆକ୍ୱାରିୟମକୁ ଆକ୍ୱାଡୋମ ନାଁରେ ସାରା ଦୁନିଆରେ ପରିଚିତ । ଏହାର ଉଚ୍ଚତା ୪୬ ଫୁଟ ଥିଲା । ଏହି ଆକ୍ୱାରିୟମର କାଚ ଫାଟିବା ଯୋଗୁଁ ଦୁଇ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ପରେ ସେଠାରେ ଥିବା ହୋଟେଲ ପରିସରକୁ ପୋଲିସ ଖାଲି କରିଦେଇଥିଲା ।

ସି ଲାଇଫ୍ ନିଜ ୱେବସାଇଟରେ କହିଛି ଯେ ଏହି ଘଟଣା ଯୋଗୁଁ ପରିସରକୁ କିଛି ଦିନ ବନ୍ଦ ରଖାଯିବ । ଅଗ୍ନିଶମ ବାହାନୀ କିମ୍ୱା ପୋଲିସ ପ୍ରଶାସନ ମାଛଙ୍କ ବିଷୟରେ କୌଣସି ସୂଚନା ଦେଇପାରି ନାହାନ୍ତି। ତେବେ ପୋଲିସ ଟ୍ୱିଟ କରି କହିଛି ଏହା ଏକ ଅବିଶ୍ୱୟନୀସ କ୍ଷତି।

   Related Posts