Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଲଙ୍କା ପ୍ରିମିୟର ଲିଗ୍‌ରେ ସାହିଦ ଆଫ୍ରିଦି ଓ ଆମିରଙ୍କ ଉତ୍ପାତ, ଆଫଗାନିସ୍ତାନ ଖେଳାଳିଙ୍କ ସହ କଲେ ଯୁକ୍ତିତର୍କ, ଦେଖନ୍ତୁ ଭିଡିଓ…

1/12/2020 at 11:14 AM

କଲୋମ୍ବୋ,୦୧/୧୨:   ଲଙ୍କା ପ୍ରିମିୟର ଲିଗ୍-୨୦୨୦ରେ ସୋମବାର ମୁହାଁମୁହିଁ ହୋଇଥିଲେ କ୍ୟାଣ୍ଡି ଟସ୍କର୍ସ ଓ ଗାଲେ ଗ୍ଲାଡିଏଟର୍ସ । ମ୍ୟାଚ୍ ଶେଷ ହେବା ପରେ ଆଫଗାନିସ୍ତାନ କ୍ରିକେଟର ନବୀନ ଉଲ ହକ୍(କ୍ୟାଣ୍ଡି ଟସ୍କର୍ସ) ଓ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିର(ଗାଲେ ଗ୍ଲାଡିଏଟର୍ସ)ଙ୍କ ମଧ୍ୟରେ ଅପ୍ରୀତିକର ସ୍ଥିତି ଉପୁଜିଥିଲା । ଉଭୟ ଖେଳାଳି ଷ୍ଟାଡିୟମରେ ପ୍ରବଳ ଯୁକ୍ତିତର୍କ କରିଥିଲେ । ଏହାର କିଛି ସମୟ ପରେ ପାକିସ୍ତାନର ପୂର୍ବତନ ଖେଳାଳି ସାହିଦ ଆଫ୍ରିଦି ନବୀନ ଉଲ ହକଙ୍କ ସହ ବଚସା କରୁଥିବା ନଜର ଆସିଥିଲା ।

କ୍ରିକବଜର ଇନଷ୍ଟାଗ୍ରାମ ଭିଡିଓରେ ଉତ୍ତେଜନା ବେଳର ଭିଡିଓ ପୋଷ୍ଟ କରିଛି । ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, କିପରି ଭାବେ ନବୀନ ଓ ଆମିରଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି । ନବୀନଙ୍କୁ ତାଙ୍କ ସାଥି ଖେଳାଳିମାନେ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୁକ୍ତିତର୍କ ଲାଗି ରହିଥିଲା । ଆହୁରି ମଧ୍ୟ ଏହା ବଢିବାକୁ ଲାଗିଥିଲା । ଶେଷରେ ସାହିଦ ଆଫ୍ରିଦି ମଧ୍ୟ ନବୀନଙ୍କ ସହ ବଚସା କରିଥିଲେ । ଏହି ବଚସାରେ ପାକିସ୍ତାନୀ ଖେଳାଳି ଆମିର ପ୍ରଥମେ ନବୀନଙ୍କୁ କିଛି କହିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ସୋମବାର ଖେଳାଯାଇଥିବା ମ୍ୟାଚରେ କ୍ୟାଣ୍ଡି ଟସ୍କର୍ସ ୨୦ ଓଭରରେ ୫ ଓ୍ୱିକେଟ୍ ହରାଇ ୧୯୬ ରନ୍ କରିଥିଲା । ବ୍ରାଣ୍ଡନ୍ ଟେଲର୍  ୫୧ ରନ୍ କରିଥିବା ବେଳେ କୂଶଳା ମେଣ୍ଡିସ୍ ୪୯ ରନ୍ କରିଥିଲେ । ଜବାବରେ ଆଫ୍ରିଦିଙ୍କ ଟିମ୍ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୧୭୧ ରନ୍ କରିପାରିଥିଲା । ଆମିର ୧୨ ବଲରୁ ୧୫ ରନ୍ କରିପାରିଥିଲେ ।

   Related Posts