ଜାମ୍ମୁ-କାଶ୍ମୀର ରାମବାନରେ ଖସିଲା ମାଟି ଅତଡ଼ା, ଭୂସ୍ଖଳନରେ ୧୩ ଘର ନଷ୍ଟ, ଜାତୀୟ ରାଜପଥ ବନ୍ଦ
20/02/2023 at 3:16 PM

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ । ରାମବାନ ଜିଲ୍ଲା ଅନ୍ତର୍ଗତ ସୋନମର୍ଗ ରେଜାନାରେ ଭୂସ୍ଖଳନ ହୋଇଛି । ମାଟି ଅତଡ଼ା ଖସିବା ଯୋଗୁ ୧୩ଟି ଘର ନଷ୍ଟ ହେବା ସହିତ ଅନେକ ଗାଈ-ଗୋରୁ ମାଟି ତଳେ ଚାପି ହୋଇଯାଇଛନ୍ତି । ରାସ୍ତା ଭାଙ୍ଗିଯିବା ହେତୁ ଶ୍ରୀନଗର-ସୋନମାର୍ଗ ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି । ଭୂସ୍ଖଳନ ଯୋଗୁ ୩ଟି ଗୋ-ଶାଳା ମଧ୍ୟ ପୋତି ହୋଇଯାଇଛି ।
ଜାତୀୟ ରାଜପଥ ଯାତାୟାତ ବନ୍ଦ ରହିବା ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଗୁଡ଼ିକ ଅଟକି ରହିଛି । ତେବେ ଭୂସ୍ଖଳନରେ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ । ରାମବାନ ଜିଲ୍ଲା ପୋଲିସ, ରାଜ୍ୟ ବିପର୍ଯ୍ୟୟ ପ୍ରସମନ, ସେନାର ଓ ସିଆରପିଏଫ୍ ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବା ସହ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି ।